ହରିଆଣା ସହ ରଣଜୀ ମୁକାବିଲା : ଓଡ଼ିଶା ୩୨୪ ରନରେ ଅଲ୍ଆଉଟ୍

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ହରିଆଣା ସହ ଚାଲିଥିବା ରଣଜୀ କ୍ରିକେଟ୍ ମ୍ୟାଚରେ ଓଡ଼ିଶା ୩୨୪ ରନ୍ କରି ଅଲଆଉଟ୍ ହୋଇଛି। ଆଜି ଦ୍ବିତୀୟ ଦିନରେ କେବଳ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୭୧ ରନ୍ କରିବାକୁ ସମର୍ଥ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ସ୍ପିନର ଟିନୁ କୁଂଡୁଙ୍କ ବଲରେ ଆଉଟ୍ ହୋଇଥିଲେ । ତାଙ୍କ ବେଶ୍ କିଛି ସମୟ ସହଯୋଗ ଦେଇଥିଲେ ଦେବବ୍ରତ ପ୍ରଧାନ । ସେ ୪୮ ବଲରୁ ୩୬ ରନ୍ କରି ଶାନ୍ତନୁଙ୍କ ସହ ବହୁମୂଲ୍ୟ ୬୦ ରନ୍ ଯୋଡ଼ିଥିଲେ । ପରେ ବୋଲର ରାଜେଶ ମହାନ୍ତି (୧୬) ଅଷ୍ଟମ ୱିକେଟରେ ଶାନ୍ତନୁଙ୍କ ସହ ୪୨ ରନ୍ ସଂଗ୍ରହ କରିଥିଲେ । ଗତକାଲି ଓଡ଼ିଶା ୬ ୱିକେଟ୍ ହରାଇ ୨୩୦ ରନ୍ କରିଥିଲା । ଓପ୍ନର ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଥିଲେ । ଅନୁରାଗ, ଶାନ୍ତନୁ ଏବଂ ଦେବବ୍ରତଙ୍କ ବ୍ୟତୀତ ଅନ୍ୟ କେହି ଭଲ ସ୍କୋର କରି ପାରି ନାହାନ୍ତି । ତେଣୁ ହରିଆଣାକୁ ଏବେ କିଭଳି ଅଟକାଉଛନ୍ତି ଓଡ଼ିଶା ବୋଲର ତାହା ଦେଖିବାର କଥା ।

ହରିଆଣା ପକ୍ଷରୁ ସଫଳତମ ବୋଲର ଭାବେ ଟିନୁ କୁଂଡୁ ୫୧ ରନ୍ ଦେଇ ୪ଟି ୱିକେଟ୍ ଦଖଲ କରିଛନ୍ତି ।

ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍ : ପ୍ରଥମ ଦିନ -୩୨୪/୬, ୧୧୨.୨ ଓଭର (ଅନୁରାଗ ଷଡ଼ଙ୍ଗୀ ୧୧୪, ସନ୍ଦୀପ ପଟ୍ଟନାୟକ ୨୦, ଗୋବିନ୍ଦ ପୋଦ୍ଦାର ୧୪, ଶୁଭ୍ରାଂଶୁ ସେନାପତି ୧୧, ବିପ୍ଳବ ସାମନ୍ତରାୟ ୯, ଶାନ୍ତନୁ ମିଶ୍ର ୭୧, ସୁଜିତ ଲେଙ୍କା ୧୩, ଦେବବ୍ରତ ପ୍ରଧାନ ୩୬, ସୂର୍ଯ୍ୟକାନ୍ତ ପ୍ରଧାନ ୧, ରାଜେଶ ମହାନ୍ତି ୧୬, ପପୁ ରାୟ ଅପରାଜିତ ୧  । ମୋହିତ ଶର୍ମା ୧୯-୪-୬୩-୨, ହର୍ଷ ପଟେଲ ୨୪-୩-୭୨-୨, ଟିନୁ କୁଂଡୁ ୨୩.୨-୯-୫୧-୪) ।

You might also like