ପୁରୀ : ଜାତୀୟ ଜାଭେଲିନ୍‌ରେ ସ୍ୱର୍ଣ୍ଣ ଜିତି ଘରକୁ ଫେରିଲେ ଓଡ଼ିଆ ପୁଅ କିଶୋର କୁମାର

ପୁରୀ : ତୃତୀୟ ଜାତୀୟ ଓପନ ଜାଭେଲିନ୍‌୍‌ ଚାମ୍ପିଅନସିପରେ ଓଡ଼ିଶାର କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୭୪.୨୬ ମିଟର ଥ୍ରୋ କରି ଚାମ୍ପିଅନ୍‌ ହୋଇଛନ୍ତି। କିଶୋରଙ୍କ ଘର ପୁରୀର ବ୍ରହ୍ମଗିରିରେ । ଆଜି କିଶୋର ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରି ନିଜ ଗାଁ ମାଟିକୁ ଫେରିଛନ୍ତି । ତେବେ ଗାଁକୁ ଯିବା ପୂର୍ବରୁ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ଏହି ସମୟରେ ତାଙ୍କର ସାଙ୍ଗ, ସାଥୀ, ପରିବାର ଲୋକେ ଓ ସାଥୀ ଖେଳାଳିମାନେ ତାଙ୍କୁ ସ୍ବାଗତ କରିଥିଲେ। ମା ବାଟ ମଙ୍ଗଳାଙ୍କ ଆର୍ଶୀବାଦ ନେବା ପରେ କିଶୋର ଶ୍ରୀମନ୍ଦିରକୁ ଆସି ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି। ଆଗକୁ ଏସିଆଡ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରହିଛି ଏବଂ ସେଥିରେ ନିଶ୍ଚୟ ସଫଳତା ପାଇବେ ବୋଲି କିଶୋର କହିଛନ୍ତି । ବ୍ଳକ ସ୍ତରରୁ ଯଦି ଖେଳାଳିଙ୍କୁ ପ୍ରୋତ୍ସାହନା ମିଳିବ ତାହା ହେଲେ ନିଶ୍ଚୟ ସେମାନେ ସଫଳତା ହାସଲ କରିବେ ବୋଲି ଏହି ଯୁବ ଆଥଳେଟ୍‌ କିଶୋର ଜେନା କହିଛନ୍ତି।

ଜାତୀୟ ଓପନ ଜାଭେଲିନ୍‌ ଚାମ୍ପିଅନ୍‌ସିପ ନୂଆଦିଲ୍ଲୀ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଥିଲା । କିଶୋର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜସ୍ଥାନର ହରୀଶ କୁମାର ଦ୍ୱିତୀୟ ଏବଂ ଦିଲ୍ଲୀର ବିପିନ କସାନା ତୃତୀୟ ହୋଇଛନ୍ତି ।

 

odisha boy kishore champion in 3rd

 

national open javelin championship champion kishore returns

 

Leave A Reply

Your email address will not be published.