ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍ ଦଳ, ୩୪ତମ ଫେଡେରେସନ୍ କପ୍ର ସେମିଫାଇନାଲ୍ରେ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ଇତିହାସ ସୃଷ୍ଟି କଲା ଓଡ଼ିଶା ପୁରୁଷ ଭଲିବଲ୍ ଦଳ । ୩୪ତମ ଫେଡେରେସନ୍ କପ୍ର ସେମିଫାଇନାଲ୍ରେ ପହଞ୍ଚିଲା ଓଡ଼ିଶା । ସିନିୟର ବିଭାଗରେ ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର କୌଣସି ସିନିୟର ଚାମ୍ପିଅନ୍ସିପ୍ରେ ପ୍ରଥମ ଥର ଲାଗି ଓଡ଼ିଶା ସେମିଫାଇନାଲ୍ରେ ପହଞ୍ଚିଛି ।
କେରଳକୁ ୩-୨ ସେଟରେ ହରାଇ ସେମିରେ ପହଞ୍ଚିଛି ଓଡ଼ିଶା । ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଇତିହାସ ସୃଷ୍ଟି କରିଥିବାରୁ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଉଛି ଭଲିବଲ୍ ଚାମ୍ପିଅନ୍ସିପ୍ ।