ଏସିଆନ ବ୍ୟାଡମିଣ୍ଟନ ଟିମରେ ସାମିଲ ହେଲେ ଓଡିଶାର ମହିଳା ଖେଳାଳି ଋତୁପର୍ଣ୍ଣା

Rituparna Pandaନୂଆଦିଲ୍ଲୀ: ଏସିଆନ‌ ବ୍ୟାଡମିଣ୍ଟନ ଟିମରେ ସାମିଲ ହୋଇଛନ୍ତି ଓଡ଼ିଆ ମହିଳା ଖେଳାଳି ଋତୁପର୍ଣ୍ଣା ପଣ୍ଡା। ଜାକର୍ତ୍ତା କ୍ରୀଡ଼ା ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଋତୁପର୍ଣ୍ଣା ସ୍ଥାନ ପାଇଛନ୍ତି। ପୂର୍ବରୁ ୧୯୮୬ ଏସିଆନରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ଭାରତୀୟ ଟିମରେ ସେତେବେଳେ ପ୍ରକାଶ ପାଦୁକୋନ, ବିମଳ କୁମାର, ସୟଦ ମୋଦି ପ୍ରମୁଖଙ୍କ ସହ ଓଡ଼ିଆ ଖେଳାଳି ସନତ ମିଶ୍ର ସ୍ଥାନ ପାଇଥିଲେ।