ଇଣ୍ଡିଆନ୍ ଆରୋଜର ପ୍ରାୟୋଜକ ଓଡ଼ିଶା ସରକାର

INDIAN ARROWSଭୁବନେଶ୍ବର : ହକି ପରେ ଏବେ ଫୁଟବଲକୁ ପ୍ରୋତ୍ସାହନ ଦେବେ ଓଡ଼ିଶା ସରକାର । ଆଇ-ଲିଗ୍ ଟିମ୍ ଇଣ୍ଡିଆନ୍ ଆରୋଜର ପ୍ରାୟୋଜକ ସାଜିଛି । ଏହି ଟିମ୍ ଗତ ୧୭ ବର୍ଷରୁ କମ୍ ବିଶ୍ବ କପରେ ଭାଗ ନେଇଥିଲା । ଏ ନେଇ ୫ କୋଟି ଟଙ୍କାରର ଚୁକ୍ତି ହୋଇଥିବା ଜଣାପଡ଼ିଛି । ଏଥିରେ ୧୫ ବର୍ଷରୁ କମ୍ ଜାତୀୟ ଫୁଟବଲ୍ ଟିମ୍କୁ ମଧ୍ୟ ସାମିଲ କରାଯାଇଛି । ଉଭୟ ଟିମ୍ କଳିଙ୍ଗ ଷ୍ଟାଡିୟମକୁ ସେମାନଙ୍କ ହୋମ୍ କରିବେ । ଆରୋଜ୍ ୩ଟି ମ୍ୟାଚ୍ ଛାଡ଼ି ତାର ଅନ୍ୟ ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଏହି ତିନିଟି ମ୍ୟାଚ୍ ହକି ବିଶ୍ବ କପ୍ ବେଳେ ହେଉଥିବାରୁ ସେଗୁଡ଼ିକ କଟକରେ ଖେଳାଯିବ ।

ପୂର୍ବରୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସ୍ପନସର ଅଛନ୍ତି ଓଡ଼ିଶା ସରକାର ।