ଓଡ଼ିଶା-ହରିଆଣା ରଣଜୀ ମୁକାବିଲାର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ହରିଆଣା ରଣଜୀ ମୁକାବିଲାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନର ଅସମାପ୍ତ ୬ ଓ୍ଵିକେଟରେ ୨୩୦ ରନ୍ରୁ ଆଜି ଖେଳ ଆରମ୍ଭ କରିବ ଓଡ଼ିଶା । ଶାନ୍ତନୁ ମିଶ୍ର ୩୦ ରନ୍ ଓ ଦେବବ୍ରତ ପ୍ରଧାନ ୭ ରନ୍ କରି ଅପରାଜିତ ଅଛନ୍ତି । ଗତକାଲି ପ୍ରଥମ ଦିନରେ ଓପନର ଅନୁରାଗ ଷଡ଼ଙ୍ଗୀଙ୍କ ଶତକ ହାସଲ କରିଥିଲେ । ସେ କରିଥିଲା ୧୧୪ ରନ୍ । ଆଜି ଅନ୍ୟ ଖେଳାଳିମାନେ ଠିଆ ହେଲେ ଓଡ଼ିଶା ହରିଆଣା ବିପକ୍ଷରେ ଏକ ବଡ଼ ସ୍କୋର କରିପାରେ । କିଟ୍ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓଡ଼ିଶା । ହରିଆଣା ପକ୍ଷରୁ ମୋହିତ ଶର୍ମା ଓ ହର୍ସଲ ପଟେଲ ସର୍ବାଧିକ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଅଜିତ ଚହଲ ଓ ଟିନୁ କୁଣ୍ଡୁ ନେଇଛନ୍ତି ଗୋଟିଏ ଲେଖାଏଁ ଓ୍ଵିକେଟ ।