୩୫ତମ ଜାତୀୟ ସିନିଅର ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ପୁରୁଷ ଓ ମହିଳା ଦଳର ଜାମ୍ମୁ-କଶ୍ମୀର ଯାତ୍ରା

ଭୁବନେଶ୍ୱର : ଚଳିତ ନଭେମ୍ବର ୧୮ ତାରିଖରୁ ଆରମ୍ଭ କରି ୨୧ ତାରିଖ ପର୍ଯ୍ୟନ୍ତ ଜାମ୍ମୁ -କଶ୍ମୀର ଠାରେ ଆୟୋଜିତ ହେବାକୁ ଥିବା ୩୫ତମ ଜାତୀୟ ସିନିଅର ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ଜାତୀୟ ସିନିଅର (ମହିଳା ଓ ପୁରୁଷ ) ବର୍ଗର ଦଳ ଜାମ୍ମୁ ଅଭିମୁଖେ ଆଜି ହୀରାକୁଦ ଏକ୍ସପ୍ରେସ ଯୋଗେ ଯାତ୍ରା କରିଛନ୍ତି । ପୁରୁଷ ଓ ମହିଳା ଦଳରେ ଥିବା ଖେଳାଳିମାନେ ହେଲେ –

ପୁରୁଷ ଦଳ -: ଅଭିନାଶ ଖଟୁଆ, ସୁନିଲ ଦଳାଇ, ଏମ ରାଜା, ପଙ୍କଜ କୁମାର ଦାସ, ଭିକି ଡିଗାଲ (କ୍ୟାପଟେନ ), ସୁନିଲ ମଲ୍ଲିକ, ବିକାଶ ବାଚ୍ଛା, ଶରତ ପଟନାୟକ, ଅମ୍ରିତ କୁମାର ଦାସ, ରଜତ କୁମାର ନାୟକ, ସୁଦାମା ବେହେରା, ଦେବାଶିଷ ସାହୁ, ସମୀର କୁମାର ସାହୁ, ସମ୍ପୂର୍ଣ ରଥଙ୍କ, କୋଚ ପ୍ରକାଶ ସାହୁ ଓ ମ୍ୟାନେଜର ସୋମନାଥ ପରିଡା ।
men team

ମହିଳା ଦଳ – ଇତିଶ୍ରୀ ସେଠି, ସନ୍ତୋଷିନୀ ତ୍ରିପାଠୀ, ପ୍ରଜ୍ଞା ପାରମିତା ପରିଡା, ମଧୁସ୍ମିତା ପଣ୍ଡା, ଭାଗ୍ୟଶ୍ରୀ ରାଉତ, ଶଶୀରେଖା ସାହୁ, ଶୀତୁପ୍ରଭା ନାୟକ, ସ୍ମୃତିରୁପା ମଲ୍ଲିକ, ରଇଲା ଭତ୍ରା (କ୍ୟାପଟେନ ), କାମକଳା ଜାନି, ନର୍ମଦା ଏଡ଼ଡିଙ୍ଗ, ସ୍ଵାତିରାଣୀ ପ୍ରଧାନୀ, ଅଭିପ୍ସା ସିଂ, ଲକ୍ଷ୍ମୀ ମାଝୀ, କୋଚ ଆଜିତା ଦାସ, ମ୍ୟାନେଜର ରଞ୍ଜନ କୁମାର ନାୟକ ।

ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, କେନ୍ଦ୍ରାପଡା ସଙ୍ଘର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝୀ ଓଡିଶା ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

You might also like