Categories: କ୍ରୀଡା

ରଣଜୀ ଟ୍ରଫି : ଆଉ ଏକ ବଡ଼ ବିଜୟ ପାଇଁ ସୁଯୋଗ, ୭ ଓ୍ଵିକେଟ୍‌ ଦଖଲ କଲେ ସର୍ଭିସେସ୍‌କୁ ହରାଇବ ଓଡ଼ିଶା

କଟକ (କେ ନ୍ୟୁଜ୍‌) : ମାତ୍ର ୫ ରନ୍‌ ପାଇଁ ଦ୍ୱିଶତକ କରି ପାରିଲେ ନାହିଁ ଓଡ଼ିଶା ବ୍ୟାଟ୍‌ସମ୍ୟାନ୍‌ ଦେବାଶିଷ ସାମନ୍ତରାୟ । ୧୯୫ ରନ୍‌ରେ ଅନ୍ତିମ ବ୍ୟାଟ୍ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଗଲେ । ତେବେ ତାଙ୍କର ଏହି ବିଶାଳ ଇନିଂସ୍‌ ବଳରେ ଓଡ଼ିଶା ଦଳ ୫୪୦ ରନ୍‌ର ବଡ଼ ସ୍କୋର କରିଛି । ଫଳରେ ପ୍ରଥମ ପାଳିରେ ଘରୋଇ ଦଳ ସର୍ଭିସେସ୍‌ ଠାରୁ ୨୬୯ ରନ୍‌ରେ ଆଗୁଆ ରହିଛି । ଏହା ପରେ ସର୍ଭିସେସ୍‌ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ୮୬ ରନ୍‌ କରିଛି । ଏବେବି ଏହି ଦଳ ଓଡ଼ିଶା ପ୍ରଥମ ପାଳି ରନ୍‌ ଠାରୁ ୧୮୩ ରନ୍‌ ପଛରେ ରହିଛି । ଆସନ୍ତାକାଲି ଅନ୍ତିମ ଦିନରେ ଓଡ଼ିଶା ଆଉ ୭ଟି ଓ୍ଵିକେଟ୍‌ ଦଖଲ କରିନେଲେ ଆଉଟ୍‌ରାଇଟ୍‌ ବିଜୟ ସହ ପୂରା ପଏଣ୍ଟ ପାଇଯିବ ।
କଟକ ଡ୍ରିମ୍‌ସ ପଡ଼ିଆରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଦେବାଶିଷ ଶତକ ପୂର୍ଣ୍ଣ କରି ଦ୍ୱିଶତକ ପାଇଁ ପୂରା ଧୈର୍ଯ୍ୟର ସହ ଖେଳିଥିଲେ । ତାଙ୍କ ସହ ବ୍ୟାଟିଂ କରି ଦେବବ୍ରତ ପ୍ରଧାନ ୫୭, ସୂର୍ଯ୍ୟକାନ୍ତ ପ୍ରଧାନ ୬୪, ରାଜେଶ ମହାନ୍ତି ୨୭ ଏବଂ ବସନ୍ତ ମହାନ୍ତି ୧୪ ରନ୍‌ କରିଥିଲେ । ସମସ୍ତଙ୍କ ସହ ମୂଲ୍ୟବାନ୍‌ ଭାଗିଦାରୀ କରିଥିଲେ ଦେବାଶିଷ । ତେବେ ଶେଷରେ ୪୦୩ ବଲ୍‌ରୁ ୧୯୫ ରନ୍‌ (୨୩ ଚୌକା) କରି ଅରୁଣ ବମଲଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍‌ଡ ହୋଇଥିଲେ ।
ପ୍ରଥମ ପାଳିରେ ସର୍ଭିସେସ୍‌ ୨୭୧ ରନ୍‌ କରିଥିଲା । ଦ୍ୱିତୀୟ ପାଳିରେ ଏହାର ଦୁଇ ଓପ୍ନର ନକୁଲ ବର୍ମା ଓ ମମତାଜ କାଦିର ପ୍ରତ୍ୟେକ ୩୧ ରନ୍‌ କରି ଭଲ ଷ୍ଟାର୍ଟ ଦେଇଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିଥିଲା ଯେତେବେଳେ ନକୁଲ ରନ୍‌ ଆଉଟ୍‌ ହୋଇଥିଲେ । ପରେ ଓଡ଼ିଶାର ଯୁବ ଦ୍ରୁତ ବୋଲର୍‌ ରାଜେଶ ମହାନ୍ତି ୨ଟି ଓ୍ଵିକେଟ୍‌ ନେଇଥିଲେ । ଯାହା ଫଳରେ ଅଳ୍ପ ରନ୍‌ ଭିତରେ ସର୍ଭିସେସ୍‌ର ୩ଟି ଓ୍ଵିକେଟ୍‌ ପଡ଼ିଯାଇଥିଲା ।

ସ୍କୋର : ସର୍ଭିସେସ୍‌ ପ୍ରଥମ ଇନିଂସ୍‌-୨୭୧ । ଦ୍ୱିତୀୟ ଇନିଂସ୍‌-୮୬/୩ । ଓଡ଼ିଶା ପ୍ରଥମ ଇନଂସ୍‌-୫୪୦ (ଦେବାଶିଷ ସାମନ୍ତରାୟ ୧୯୫) ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago