ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନ ପାଇଁ ଓଡ଼ିଶାରୁ ୭ ଜଣିଆ ଟିମ୍

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରି ଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାରୁ ୭ ଜଣ ବାଳକ ବାଳିକା ଭାଗ ନେଉଛନ୍ତି । ବାଳିକା ଦଳରେ ସ୍ବର୍ଣ୍ଣ ପଦକ ବିଜୟିନୀ ଜ୍ୟୋସ୍ନା ଶବର, ମିନା ସାନ୍ତ-ଏ ଓ ମିନା ସାନ୍ତା-ବି, ଟିକି ମୋହିନୀ ମଲ୍ଲିକ ସ୍ଥାନ ପାଇଛନ୍ତି। ବାଳକ ବିଭାଗରେ ହର୍ଷ ବର୍ଦ୍ଧନ ସାହୁ, ମୁକେଶ ଗମାଙ୍ଗ, ସ୍ବୟଂଜିତ ପ୍ରସାଦ ସାହୁ ଅଛନ୍ତି । କୋଚ୍ ଭାବେ ଫରକାଶ ଜୋଲଟନ୍ ଏବଂ ବୈଷୟିକ ଅଧିକାରୀ ଭାବେ କେ. ଭେଙ୍କଟଲକ୍ଷ୍ମୀ ଓ ଇଂ ଚିତ୍ତରଞ୍ଜନ ସ୍ବାଇଁ ଦଳ ସହ ଗସ୍ତ କରୁଛନ୍ତି ।