ହକି : ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷରେ ଜିତିଲା ଓଡ଼ିଶା

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ବକପକୁ ଆଉ ପ୍ରାୟ ତିନି ସପ୍ତାହ ବାକି ଅଛି । ଏହା ପୂର୍ବରୁ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆରମ୍ଭ ହୋଇ ଯାଇଛି ଅନ୍ତର୍ଜାତୀୟ ହକିର ମଜା ନେବାର ସୁଯୋଗ । ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିଲା ଓଡ଼ିଶା ଏବଂ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ମଧ୍ୟରେ ମ୍ୟାଚ୍ । ଏଥିରେ ଅତି ସହଜରେ ବିଦେଶୀ ଦଳକୁ ହରାଇ ୫-୧ ଗୋଲରେ ଜିତିଛି ଓଡ଼ିଶା ଦଳ ।

ମ୍ୟାଚ୍ ପାଇଁ କୌଣସି ଟିକେଟ ବ୍ୟବସ୍ଥା ନଥିଲା । ହଜାର ହଜାର ଦର୍ଶକ ଆଜିର ଖେଳର ମଜା ନେଇଥିଲେ । ବିଶ୍ବ କପର ପ୍ରଚାର ପ୍ରସାର ପାଇଁ ଏହି ହକି ସିରିଜ୍ ଏକ ଟ୍ରେଲର । ଏହା ପରେ ଦୁଇ ଦଳ ରାଉରକେଲାରେ ମ୍ୟାଚ୍ ଖେଳିବେ । ଆସନ୍ତା ୨୮ ତାରିଖରୁ ହକି ବିଶ୍ବ କପ୍ ଆରମ୍ଭ ହେବ । ଏହାର ଭବ୍ୟ ଉଦଘାଟନ ଉତ୍ସବ ୨୭ ତାରିଖ ଦିନ କରାଯିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ରାଜ୍ୟ ସରକାର ଏବଂ କ୍ରୀଡ଼ା ବିଭାଗ ଆକାଶ ପାତାଳ ଏକ କରି ଦେଇଛନ୍ତି । ଏହାର ସଫଳତା ପାଇଁ ଜୋରଦାର ପ୍ରୟାସ ଚାଲିଛି ।