ସିନିଅର ନ୍ୟାସନାଲ ଭଲିବଲ ଚାମ୍ପିଅନସିପ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଓଡିଶା ମହିଳା ଭଲିବଲ୍‌ ଟିମ୍‌, ଶୁଭେଚ୍ଛା ଜଣାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଗୌହ୍ଵାଟୀରେ ଆୟୋଜିତ ଜାତୀୟ ଭଲିବଲ୍‌ ଚାମ୍ପିଅନସିପରେ ଇତିହାସ ରିଚଲା ଓଡିଶା ମହିଳା ଭଲିବଲ୍‌ ଟିମ୍‌ । କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଓଡିଶା ମହିଳା ଭଲିବଲ୍‌ ଟିମ୍‌ । ଓଡିଶା ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।  ୭୧ ତମ ସିନିଅର ଜାତୀୟ ଭଲିବଲ ଚାମ୍ପିଅନସିପ ଗୌହ୍ଵାଟୀରେ ୨ରୁ ଆରମ୍ଭ ହୋଇ ୯ ଫେବୃଆରୀ ପର୍ଯ୍ୟନ୍ତ ଖେଳାଯିବ ।

କ୍ୱାର୍ଟର ଫାଇନାଲରେ ପ୍ରବେଶ ପାଇଁ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚରେ ଓଡିଶା ଟିମ୍‌ ତାମିଲନାଡୁ ଟିମକୁ ହରାଇଥିଲା । ଓଡିଶା ଟିମ୍‌ ୨୫-୧୬, ୨୫-୧୧, ୨୫-୨୦ରେ ତାମିଲନାଡୁକୁ ମାତ ଦେଇଥିଲା । ଓଡିଶା ପକ୍ଷରୁ ଦେବିକା, ଅଶ୍ୱିନୀ ଏବଂ ଉତ୍କର୍ଷା, ଅଧିନାୟକ ଚେତନା ଏବଂ ଷ୍ଟାନ୍ସି, କମଲେଶ ଏବଂ ଲିବେରା ଅନନ୍ୟା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହାକୁ ନେଇ ଓଡିଶା ମହିଳା ଫୁଟବଲ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ।  ଫୁଟବଲ, ହକି, ଭଲିବଲ ଭଳି ଖେଳକୁ ଓଡିଶାରେ ପ୍ରୋତ୍ସାହନ ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ.ସାମନ୍ତ ।

କିଟ୍‌ ଏବଂ କିସ୍‌ କ୍ୟାମ୍ପସରେ ଓଡିଶା ଭଲିବଲ ଟିମକୁ ଖେଳିବା ପାଇଁ ସୁଯୋଗ ଦେଇଥିବାରୁ ଦଳ ପକ୍ଷରୁ ଅଧିନାୟକ ଏବଂ କୋଚ୍‌ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପ୍ରି କ୍ୱାର୍ଟର ମ୍ୟାଚ ପୂର୍ବରୁ ଓଡିଶା ଗୁଜରାଟ ସହିତ ପ୍ଲେ ଅଫ ମ୍ୟାଚ ଖେଳିଥିଲା। ସେଥିରେ ଗୁଜରାଟକୁ ୩:୧ ସେଟ୍‌ ସ୍କୋରରେ ହରାଇଥିଲା ।

Leave A Reply

Your email address will not be published.