ଓଡ଼ିଶା ମହିଳା ହକି ଟିମ୍ ଜାତୀୟ ଚାମ୍ପିଅନ, ଫାଇନାଲରେ ୨-୦ରେ ହରାଇଲା କର୍ଣ୍ଣାଟକକୁ

କେନ୍ୟୁଜ୍‌: ଜାତୀୟ ମହିଳା ହକିରେ ଓଡ଼ିଶା ଚାମ୍ପିଅନ୍‌ । ମଧ୍ୟପ୍ରଦେଶ ଭୋପାଳରେ ୧୨ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିଅନସିପରେ ଆୟୋଜିତ ମ୍ୟାଚରେ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଫାଇନାଲ ଖେଳାଯାଇଥିଲା । ଓଡ଼ିଶା ଦମଦାର ଖେଳ ପ୍ରଦର୍ଶନ ସହ ଏକତରଫା ଭାବେ ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା ।

ଓଡ଼ିଶା ପକ୍ଷରୁ ପୁନମ ଓ ଅସୀମ୍‌ କାଞ୍ଚନ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସିନିୟର ମହିଳା ବର୍ଗରେ ଓଡ଼ିଶାର ଏହା ବିରଳ ସଫଳତା । ଯାହା ରାଜ୍ୟ ହକି ପାଇଁ ଖୁସିର ଲହାରୀ ଆଣିଛି । ଓଡ଼ିଶା ସରକାର ରାଜ୍ୟରେ ହକି ବିକାଶ ନେଇ ଯେଉଁ ଭଳି ନିଷ୍ଠାର ସହ କାମ କରୁଛନ୍ତି ଏହା ତାହାର ପ୍ରତିଫଳନ ବୋଲି କୁହାଯାଉଛି ।

Leave A Reply

Your email address will not be published.