ଭାରତୀୟ ସିନିଅର ରଗବୀ ଚାମ୍ପିଅନସିପ୍ ହେଲା ଓଡ଼ିଶା ମହିଳା ଦଳ, ଦଳରେ କିସ୍ ର ୯ ଜଣ ଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ) : ଓଡ଼ିଶା ମହିଳା ଦଳ ଭାରତୀୟ ସିନିଅର ରଗବୀ ଚାମ୍ପିଅନ ହୋଇଛି। ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ଜିତିଛି ଓଡ଼ିଶା ପୁରୁଷ ଦଳ। କିଟ୍ କ୍ରୀଡ଼ା ଷ୍ଟାଡିୟମରେ ଚାଲୁଥିବା ଏହି ଚାମ୍ପିଅନ୍ସିପ ଆଜି ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗରେ ହରିୟାଣା ଚାମ୍ପିଅନ ହୋଇଥିବା ବେଳେ ମହିଳା ବର୍ଗରେ ଚାମ୍ପିଅନ ହୋଇଛି ଓଡ଼ିଶା।

ମହିଳା ବର୍ଗ ଫାଇନାଲରେ ଓଡ଼ିଶା ଟିମ୍ ମହାରାଷ୍ଟ୍ରକୁ ୨୦-୧୦ରେ ହରାଇଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଦିଲ୍ଲୀ ପଶ୍ଚିମବଙ୍ଗକୁ ୩୦-୭ରେ ହରାଇଥିଲା। ସେହିପରି ପୁରୁଷ ବର୍ଗର ଫାଇନାଲରେ ହରିୟାଣା, ମହାରାଷ୍ଟ୍ରକୁ ୨୪-୧୦ରେ ହରାଇ ଚାମ୍ପିିଅନ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚରେ ଓଡ଼ିଶା ୧୨-୧୦ରେ ଦିଲ୍ଲୀକୁ ହରାଇଥିଲା।

ଓଡ଼ିଶାର ୧୨ ଜଣିଆ ମହିଳା ଦଳରେ କିସ୍ର ୯ ଜଣ ଛାତ୍ରୀ ଖେଳୁଥିବା ବେଳେ ଓଡ଼ିଶାର ୧୨ ଜଣିଆ ପୁରୁଷ ଦଳରେ କିସ୍ର ୬ ଛାତ୍ର ଖେଳୁଥିଲେ। ଚାମ୍ପିଅନସିପରେ ୨୭ ରାଜ୍ୟ ଓ ଭାରତୀୟ ରଗବୀ ଫୁଟବଲ ୟୁନିଅନ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରୁ ୨୦୨୨ ଏସୀୟ ରଗବୀ ଲାଗି ଭାରତୀୟ ପୁରୁଷ ଓ ମହିଳା ଦଳ ବଛାହେବ। ମୋଟ ୨୭ଟି ପୁରୁଷ ଓ ୨୫ଟି ମହିଳା ରଗବୀ ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ।

୩ ଦିନ ଧରି ଚାଲିଥିବା ଏହି ଚାମ୍ପିଅନସିପରେ ଯୋଗ ଦେଇଥିବା ଖେଳାଳିଙ୍କ ପାଇଁ କିଟ୍ ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଓଡିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଚାମ୍ପିଅନସିପ ଅନୁଷ୍ଠିତ ହୋଇଛି। ରଗବୀ ଇଣ୍ଡିଆ ଓ ଓଡିଶା ରଗୀବ ଆସୋସିଏସନ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଛନ୍ତି।

Leave A Reply

Your email address will not be published.