ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସଫଳତା, ୧୦ମିଟର ସୁଟିଂରେ ହାସଲ କଲେ ରୌପ୍ୟ ପଦକ

କେନ୍ଯୁଜ୍: ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ରୌପ୍ୟ ପଦକ ହାସଲ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ତାଙ୍କୁ ସଫଳତା ମିଳିଛି । ଅନ୍ତର୍ଜାତୀୟ ସୁଟର ତଥା କିଟ ବିଶ୍ୱବିଦ୍ୟାଳୟର ଏମବିଏ ଛାତ୍ରୀ ଶ୍ରୀୟଙ୍କା ୧୦ମିଟର ସୁଟିଂରେ ରୌପ୍ୟ ହାସଲ କରିଛନ୍ତି ।

ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଦିଲ୍ଲୀର କର୍ଣ୍ଣିଂ ସିହ ରେଞ୍ଜରେ ଅନୁଷ୍ଠିତ ହୋଇଥିଲା ସୁଟିଂ । ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଟ୍ରାଏଲସରେ ଦେଶର ଟପ୍‌ ୩୦ ସୁଟର ଭାଗ ନେଇଥିଲେ । ଏହି ସଫଳତା ପାଇଁ କିଟ ଏବଂ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.