ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଜିଠୁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ, ୧୦ହଜାର ଟିକେଟକୁ ୩୦ହଜାର ଲୋକେ

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଉ ମାତ୍ର ୨ ଦିନ ବାକି। ଆଜିଠୁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ। ଏଥିପାଇଁ ୧୨ଟି କାଉଣ୍ଟର ଖୋଲାଯାଇଛି। ଜଣେ ବ୍ୟକ୍ତି ୨ଟି ଲେଖାଏ ଟିକେଟ୍ ନେଇପାରିବେ। ମୋଟ ୧୦ ହଜାର ୩୯ ଟିକେଟ ବିକ୍ରି ହେବ । ଟିକେଟ୍ ବିକ୍ରି ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ନିଜର ପରିଚୟ ପତ୍ର ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।