ହକି ବିଶ୍ୱକପକୁ ଆଉ ୨୩ ଦିନ, ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି

ଭୁବନେଶ୍ୱର(କେନ୍ଯୁଜ୍) : ହକି ବିଶ୍ୱକପକୁ ମଝିରେ ଆଉ ୨୩ ଦିନ ରହିଲା । ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ହକିର କ୍ରୀଡ଼ା ମହାକୁମ୍ଭ । ଏଥିପାଇଁ ଆଜିଠାରୁ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି । କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ରେ ଟିକେଟ୍‌ ଉପଲବ୍ଧ ହେବ । ମହିଳାଙ୍କ ପାଇଁ ୨ଟି ଓ ପୁରୁଷଙ୍କ ପାଇଁ ୬ଟି କାଉଣ୍ଟର ଖୋଲାଯାଇଛି। ଦର୍ଶକମାନେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଭିତରେ କାଉଣ୍ଟର ନିକଟରୁ ଟିକେଟ ସଂଗ୍ରହ କରି ପାରିବେ । ଟିକେଟର ମୂଲ୍ୟ ୧୦୦, ୧୫୦ ଓ ୨୦୦ଟଙ୍କା ରଖାଯାଇଛି।

yyସେପଟେ ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ଜୋରସୋରରେ ପ୍ରସ୍ତୁତ ଚାଲିଛି । ଭାରତୀୟ ହକି ଦଳ ଏଠାରେ ଅଭ୍ୟାସ ବି ଚଳାଇଛି । ଓମାନରେ ଶେଷ ହୋଇଥିବା ଏସିଆନ୍‌ ଚାମ୍ପିଆନ୍‌ ଟ୍ରଫିରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଯୁଗ୍ମ ବିଜେତା ହୋଇଥିଲା । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଟିମ୍‌ ଇଣ୍ଡିଆ ଖୁବ ଶକ୍ତିଶାଳୀ ହୋଇଛି । ବିରୋଧୀ ଟିମକୁ ମାତ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ଭାରତ ।