ପୁଣିଥରେ ଦେଶ ପାଇଁ ଗୌରବ ଆଣିଲେ ନୀରଜ ଚୋପ୍ରା, ଟୋକିଓ ଅଲମ୍ପିକ ପରେ ଜିତିଲେ ସ୍ୱର୍ଣ୍ଣ ପଦକ

ପୁଣିଥରେ ଦେଶ ପାଇଁ ଗୌରବ ଆଣିଛନ୍ତି ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରା। ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ୪ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଗ୍ରେନାଡ଼ାର ବିଶ୍ୱ ଚାମ୍ପିୟନ୍‌ ଏଣ୍ଡରସନ୍‌ ପିଟର୍ସକୁ ପଛରେ ପକାଇ ଫିନ୍‌ଲାଣ୍ଡର କୁଓର୍ତାନେ ଖେଳରେ ଜାଭେଲିନ୍‌ ଥ୍ରୋରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ।

ଜୁନ୍‌ ୧୮ରେ ୨୪ ବର୍ଷୀୟ ନୀରଜ ୮୬.୬୯ ମିଟର ଜାଭେଲିନ୍‌ ଥ୍ରୋରେ ଏହି ପଦକ ଜିତିଛନ୍ତି। ସେ ନିଜ ପ୍ରଥମ ପ୍ରୟାସରେ ହିଁ ଏହି ବିଜୟ ହାସଲ କରିଛନ୍ତି। ତାଙ୍କର ଦ୍ୱିତୀୟ ଓ ତୃତୀୟ ଚେଷ୍ଟା ଫାଉଲ ହୋଇଯାଇଥିଲା। ଏହା ପରେ ସେ ଆଉ ଥ୍ରୋ କରି ନଥିଲେ।

ଏହି ଗେମ୍‌ରେ ତ୍ରିନିଦାଦ ଏବଂ ଟୋବୈଗୋର ୨୦୧୨ ର ଅଲମ୍ପିକ ଚାମ୍ପିୟନ କେଶୋର୍ଣ୍ଣ ଓ୍ଵାଲକର୍ଟ ୮୬.୬୪ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ପିଟର୍ସ ୮୪.୭୫ ମିଟର ଜାଭେଲିନ୍‌ ଫିଙ୍ଗି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଏହା ପୂର୍ବରୁ ନୀରଜ ଫିନ୍‌ଲ୍ୟାଣ୍ଡର ତୁର୍କୁରେ ପାବୋ ନୁରମୀ ଖେଳରେ ୮୯.୩୦ ମିଟରର ଜାଭେଲିନ୍‌ ଥ୍ରୋ କରି ତମ୍ବା ପଦକ ଜିତିଥିଲେ। ଏହି ବିଜୟ ଯୋଗୁ ଜୁନ୍‌ ୩୦ରେ ଷ୍ଟକ୍‌ହୋମ୍‌ରେ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ ପୂର୍ବରୁ ତାଙ୍କ ଆତ୍ମବିଶ୍ୱାସ ବଢ଼ିବ ବୋଲି ଆଶା କରାଯାଉଛି।

Also Read: ମାଗଣାରେ ବିଦେଶରେ ପଢ଼ିବାକୁ ସୁଯୋଗ ଦେଉଛି Leap ସ୍କଲାରସିପ୍‌, +୨ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

Leave A Reply

Your email address will not be published.