କ୍ରୀଡା

ଅଲିମ୍ପିକ୍ସ ବିଜେତାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର, ନୀରଜ ଓ ସୁମିତଙ୍କୁ ମିଳିଲା ନୂଆ ଗାଡି

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ ନୀରଜ ଚୋପ୍ରା। ଜାଭେଲିନ ଫାଇନାଲରେ ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ଖାସ୍‌ ଏଥିପାଇଁ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ପଦକ ଜିତିଥିଲା ଭାରତ। ନୀରଜଙ୍କୁ ଏଥିପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ଏବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ତରଫରୁ ଖାସ୍‌ ଉପହାର ଦିଆଯାଇଛି। ଜାଭେଲିନରେ ସ୍ୱର୍ଣ୍ଣ ଜିତିଥିବା ନୀରକଙ୍କୁ ଏକ ଗାଡି ଉପହାର ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା। ନୀରଜ ଏହି ଗାଡି ସହିତ ଫଟୋ ଟ୍ଵିଟ୍‌ କରି ଆନନ୍ଦ ମହିନ୍ଦ୍ରାଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେବଳ ନୀରଜ ଚୋପ୍ରା ନୁହନ୍ତି, ବରଂ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ସୁମିତ ଅନ୍ତିଲଙ୍କୁ ମଧ୍ୟ ଆନନ୍ଦ ମହିନ୍ଦ୍ରାଙ୍କ ତରଫରୁ ଗାଡି ଉପହାର ଦିଆଯାଇଛି। ଆନନ୍ଦ ମହିନ୍ଦ୍ରା ସୁମିତଙ୍କୁ ନୂଆ ମହିନ୍ଦ୍ରା ଏସୟୁଭି୭୦୦ ଉପହାର ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ, ପାରାଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିବା ଖେଳାଳିଙ୍କୁ ନୂଆ ଗାଡି ଦେବାକୁ ଘୋଷଣା କରିଥିଲେ ଆନନ୍ଦ ମହିନ୍ଦ୍ରା।

ସୂଚନାଯୋଗ୍ୟ, ନିକଟରେ ଧ୍ୟାନଚାନ୍ଦ ଖେଳ ରତ୍ନ ଆଓ୍ଵାର୍ଡ ପାଇଁ ନୀରଜ ଚୋପ୍ରା ଏବଂ ସୁମିତ ଅନ୍ତିଲଙ୍କୁ ନୋମିନେଟ୍‌ କରାଯାଇଛି। ଚଳିତଥର ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ଆଓ୍ଵାର୍ଡ ପାଇଁ ନୋମିନେଟ୍‌ କରାଯାଇଛି।

Swagatika

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

27 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

34 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago