ଟି୨୦ ବିଶ୍ବକପ ୨୦୨୬ ପାଇଁ ନେପାଳ ଏବଂ ଓମାନ କଲେ କ୍ବାଲିଫାଏ, ଆଉ ବାକି ଗୋଟିଏ ସ୍ଥାନ ପାଇଁ ଲଢେଇ

ଦୁବାଇ : ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ନେପାଳ ଓ ଓମାନ । ନେପାଳ ଯୋଗ୍ୟତା ଅର୍ଜନ କରିଛି । ଚଳିତ ଏସିଆ-ପୂର୍ବ ଏସିଆ ପାସିଫିକ ଯୋଗ୍ୟତା ପର୍ଯ୍ୟାୟରୁ ୩ଟି ଦଳ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବେ । ଓମାନ ଓ ନେପାଳ ପ୍ରଥମ ୨ ଦଳ ଭାବେ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି । ତେବେ ଏଯାଏଁ ୨୦ଟି ଟିମରୁ ୧୯ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିସାରିଛି ।

ସୁପର-୬ ରାଉଣ୍ଡରେ ୟୁଏଇ ୭୭ ରନ୍ରେ ସାମୋଆକୁ ପରାସ୍ତ କରିବା ପରେ ନେପାଳ ଓ ଓମାନର ଯୋଗ୍ୟତା ନିଶ୍ଚିତ ହୋଇଥିଲା । ଉଭୟ ମିଳିତ ଭାବେ ପଏଣ୍ଟ ତାଲିକାର ଶୀର୍ଷରେ ରହିଛନ୍ତି । କେବଳ ରନ୍ ରେଟରେ ଓମାନ ଦ୍ୱିତୀୟକୁ ଖସିଛି । ୟୁଏଇ ତୃତୀୟ ସ୍ଥାନରେ ରହିଛି ।

ଓମାନ ଏବଂ ନେପାଳ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିଛି । କିନ୍ତୁ ୟୁଏଇ, ଜାପାନ, କତାର ଏବଂ ସମୋଓ ଟିମ ଗୋଟିଏ ସ୍ଥାନ ପାଇଁ ଲଢେଇ କରିବେ । ଏମାନଙ୍କ ମଧ୍ୟରୁ ଗୋଟିଏ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିବା ପରେ ୨୦ଟି ଯାକ ଟିମ୍ ଘୋଷଣା କରାଯିବ । ଆସନ୍ତାବର୍ଷ ଫେବ୍ଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ ବିଶ୍ବକପ ଖେଳାଯିବ ।

Also Read : ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଏବଂ ଟି୨୦ ପାଇଁ ଗସ୍ତ କଲା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ପ୍ରିୟ ଖେଳାଳିଙ୍କୁ ଦେଖିବା…