କ୍ରୀଡା

ଓମିକ୍ରନ ଯୋଗୁ କିଛିଦିନ ପାଇଁ ଟଳି ପାରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ, BCCI ମାଗିଲା ସମୟ; ୧୭ ଡିସେମ୍ବରରୁ ଆରମ୍ଭ ହେବାର ଅଛି ପ୍ରଥମ ଟେଷ୍ଟ

ଚଳିତ ମାସରେ ଟିମ୍‌ ଇଣ୍ଡିଆର ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତ ୧ ସପ୍ତାହ ବିଳମ୍ବ ହୋଇପାରେ। କୋଭିଡ୍‌-୧୯ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା ଏବଂ କୋଭିଡ୍‌-୧୯ ମାମଲା ଏହି ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ବିଚାର କରିବା ପାଇଁ କିଛିଦିନ ସମୟ ମାଗିଛି। ଭାରତୀୟ ଟିମ୍‌ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ଖେଳୁଛି। ମୁମ୍ବାଇ ଟେଷ୍ଟ ସରିବା କ୍ଷଣି ଭାରତୀୟ ଟିମ୍‌କୁ ଦକ୍ଷିଣ ଆଫ୍ରିକା ଯାତ୍ରା କରିବାର ଅଛି।

ବିସିସିଆଇ ଅଧିକାରୀ କହିଛନ୍ତି କି, ଦୁଇ ବୋର୍ଡ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଏହି ଯାତ୍ରା ୧ ସପ୍ତାହ ବିଳମ୍ବରେ ଆରମ୍ଭ ହେବା ନେଇ ଆଶା ରହିଛି। ଯଦିଓ ବିସିସିଆଇ ଏହି ଯାତ୍ରାକୁ ରଦ୍ଦ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଛି। କିନ୍ତୁ ଓମିକ୍ରନର ବଢ଼ୁଥିବା ବିପଦକୁ ନଜରରେ ରଖି ଏବେ ବୋର୍ଡ ମଧ୍ୟ ନିଜର ଏହି ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିପାରେ। ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ, ଯାତ୍ରାର ପୂରା ସମ୍ଭାବନା ରହିଛି। ଆମ ପାଖରେ ନିଷ୍ପତ୍ତି ନେବା ପାଇଁ ଏବେ ବି ବହୁତ ସମୟ ଅଛି।

ଏଥି ପୂର୍ବରୁ ଦକ୍ଷିଣ ଆଫ୍ରିକା ସରକାରରେ ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମ୍‌କୁ ସମ୍ପୂର୍ଣ୍ଣ ଭାବେ ଜୈବ ନିରାପଦ ପରିବେଶ ପ୍ରଦାନ କରିବେ। ଏବେ ଭାରତୀୟ ଏ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପରେ ଟିମ୍‌ ଇଣ୍ଡିଆକୁ ଆସନ୍ତା ୯ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଯିବାକୁ ପଡ଼ିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୭ ଡିସେମ୍ବରରୁ ଆରମ୍ଭ ହେବ। ସୂଚନାଥାଉ କି, ଭାରତର ଏହି ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ, ୩ ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟେଷ୍ଟ ୧୭ ଡିସେମ୍ବରରୁ ଜୋହାନିସ୍‌ବର୍ଗରୁ ଖେଳାଯିବାର ଅଛି। ବିସିସିଆଇ ସହ ଭାରତ ସରକାର ମଧ୍ୟ ବର୍ତ୍ତମାନର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ସିରିଜ୍‌ ବହୁତ ଖାସ୍‌ ହେବ। ୧୯୯୧ରେ କ୍ରିକେଟ ପଡ଼ିଆକୁ ଫେରିଥିବା ଦକ୍ଷିଣ ଆଫ୍ରିକା ଦଳର ପ୍ରତ୍ୟାବର୍ତ୍ତନକୁ ୩୦ ବର୍ଷ ପୂରଣ ହେବ।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

20 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

50 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago