ଦିନେ ସେ ଗାଁରେ କ୍ରିକେଟ ଅଭ୍ୟାସ କରୁଥିଲେ, ଆଜି ସେ ଉତ୍ତର ପ୍ରଦେଶ ମହିଳା ଟିମର କ୍ୟାପଟେନ

ନିଜ ଅନ୍ତଃର୍ନିହିତ ଗୁଣର ପରିପ୍ରକାଶ ପାଇଁ ସବୁବେଳେ ଯେ ଅନୁକୂଳ ପରିବେଶ ହିଁ ଲୋଡ଼ା ତାହାର କିଛି ମାନେ ନାହିଁ । ମନରେ ଅଦମ୍ୟ ସାହସ ଓ ନିଜ ଉପରେ ଦୃଢ ବିଶ୍ୱାସ ଥିଲେ ଜଣେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜ ଗୁଣକୁ ପରିପ୍ରକାଶ କରିପାରିବ ଏଥିରେ କୌଣସି ସନ୍ଦେହ ନାହିଁ । ଉତ୍ତର ପ୍ରଦେଶ ରାଜ୍ୟସ୍ଥିତ ସହରଣପୁର ରାଜ୍ୟର ଅତି ପଛୁଆ ଗାଁ ଭାବେ ପରିଚିତ ଝାମବୀରନ ଗାଁ । ଏହି ଗାଁର ଏକ ଝିଅ ନିଶି ଚୌଧୁରୀ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ନିଜ ସ୍ୱଳ୍ପ ସମ୍ବଳ ଭିତରେ ହିଁ ସେ କ୍ରିକେଟ ଖେଳ ଅଭ୍ୟାସ ଆରମ୍ଭ କରିଥିଲେ । ଏମିତିକି ତାଙ୍କୁ ପଶୁ ଚରା ଭୂମିରେ ପୁଅ ମାନଙ୍କ ସହ ଅଭ୍ୟାସ କରିବାକୁ ପଡୁଥିଲା ।

ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଥିଲେ ମଧ୍ୟ ନିଶୁ ଆଜି ଉତ୍ତର ପ୍ରଦେଶ ରାଜ୍ୟର ମହିଳା ସିନିଅର ବିଭାଗର ୨୦-୨୦ ଦଳର କ୍ୟାପଟେନ ହୋଇପାରିଛନ୍ତି । ତାଙ୍କର ଅସାଧାରଣ ନେତୃତ୍ୱ ନେବା ଗୁଣ ଯେ ତାଙ୍କୁ ଆଜି ଏହି ସଫଳତା ଦେଇପାରିଛି ।
ପ୍ରକୃତରେ ନିଶୁଙ୍କ ବାପା ଜଣେ ଗରିବ ଚାଷୀ । ନିଜ ପିଲାଟି ବେଳରୁ ହିଁ ନିଶୁଙ୍କର କ୍ରିକେଟ ଖେଳ ପ୍ରତି ଏକ ଅଦ୍ଭୁତ ରୁଚି ରହିଥିଲା । ସେହି ସମୟରେ ଗାଁ ମାନଙ୍କରେ ଝିଅ ମାନଙ୍କର କ୍ରିକେଟ ଖେଳକୁ ଏତେଟା ସହଜରେ ଗ୍ରହଣ କରାଯାଉ ନଥିଲା । ନିଜର ଅନ୍ୟ କୌଣସି ସାଥି ନଥିବାରୁ ବାଧ୍ୟ ହୋଇ ନିଶୁ ପଶୁ ମାନଙ୍କ ଚରା ଭୂମିରେ ଗାଁର ଅନ୍ୟ କେତେକ ପୁଅ ସାଙ୍ଗ ମାନଙ୍କ ସହ ପ୍ରତିଦିନ କ୍ରିକେଟ ଖେଳୁଥିଲେ ।

nisu

ତାଙ୍କର ଏହି ନିଶା ଯେ କେତେବେଳେ ଏତେମାତ୍ରାରେ ବଢ଼ିଯାଇ ପେସାର ରୂପ ନେଇଥିଲା ସେ ଜାଣି ପାରିନଥିଲେ । ନିଜ ଦାଦା ସଚିନ କାଳିଆରଙ୍କଠାରୁ ହିଁ ନିଶୁ ପ୍ରଶିକ୍ଷଣ ପାଇଥିଲେ । ଧୀରେ ଧୀରେ ଅଭ୍ୟାସ କରୁ କରୁ କିଛି ମାସ ଭିତରେ ବଲ ଓ ବ୍ୟାଟ ବି ନିଶୁଙ୍କ ଇସାରା ବୁଝିପାରିଥିଲେ ଯେମିତି । ୨୦୦୭ ମସିହାରେ ହିଁ ନିଶୁଙ୍କର ଅଣ୍ଡର ୧୯ ବର୍ଗରେ ଚୟନ ହୋଇଯାଇଥିଲା ।
ନିଶୁଙ୍କ ପ୍ରଶିକ୍ଷକ ସଚିନ କାଲିୟରଙ୍କ ଅନୁଯାୟୀ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ହିଁ ନିଶୁ ୧୯ ବର୍ଷରୁ କମ ବର୍ଗରେ ମଧ୍ୟ ଭାରତୀୟ ଦଳରେ ସାମିଲ ହୋଇପାରିଥିଲେ । ୨୦୧୦ ମସିହାରେ ନିଶୁଙ୍କ ଚୟନ ସିନିୟର ବର୍ଗରେ ହୋଇଥିଲା । ୨୦୧୧ ମସିହାରେ ନିଶୁ ଭାରତୀୟ ଚାଲେଞ୍ଜର ଟିମର ଇଣ୍ଡିଆ ରେଡ ଦଳରେ ସାମିଲ ହୋଇଥିଲେ ।

୨୦୧୮ ମସିହାରେ ଭାରତୀୟ – ଏ ବର୍ଗରେ ସାମିଲ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଏକ ଅଭ୍ୟାସ ମ୍ୟାଚରେ ଖେଳିଥିଲେ । ନିକଟରେ ହିଁ ତାଙ୍କୁ ଉତ୍ତର ପ୍ରଦେଶର ମହିଳା ୨୦ -୨୦ ବିଭାଗର ସିନିୟର ବର୍ଗ ଟିମର କ୍ୟାପଟେନ ଭାବେ ଚୟନ କରାଯାଇଛି । ନିଶୁଙ୍କ ଏହି ସଫଳତା ପଛରେ ତାଙ୍କ ମା ସବିତା ସିଂ ଓ ତାଙ୍କ ମାର୍ଗଦର୍ଶକ ଶିକ୍ଷିକା ରାଜ ସିଂହଙ୍କର ପ୍ରମୁଖ ହାତ ଥିବା କଥା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ନିଶୁ ଭାରତୀୟ ରେଳ ବିଭାଗରେ କାନପୁର ଠାରେ ଅବସ୍ଥାପିତ ଅଛନ୍ତି ।

ଏହା ସହ ପଢନ୍ତୁ: ପ୍ରଥମ ଥର ପାଇଁ ଗୋଲାପି  ବଲରେ ଖେିଳିବ ଭାରତ, ବାଂଲାଦେଶ ସହ ହେବ ଟେଷ୍ଟ ମ୍ୟାଚ

ନିଶୁଙ୍କ ଦାଦା ସଚିନ କ୍ୱାଲିଅରଙ୍କ କହିବା ଅନୁଯାୟୀ ନିଶୁଙ୍କୁ ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇବା ଏତେଟା ସହଜ ନଥିଲା । ଗାଁର ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ସେମାନଙ୍କୁ ବେଶ କଷ୍ଟ କରିବାକୁ ପଡିଥିଲା । ଏମିତିକି ଗାଁର ପଡିଆକୁ ହିଁ ପିଚ ଭାବେ ପ୍ରସ୍ତୁତ କରିବାକୁ ପଡିଥିଲା । ନେଟ କିଣି ଏଠାରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ନିଶୁଙ୍କ ଚାଷୀ ବାପା ନିଜ ଝିଅର ଏହି ସଫଳତାରେ ବେଶ ଖୁସିଥିବା କଥା କହିଛନ୍ତି । ଗାଁ ପାଖାପାଖି ଜାଗାରେ କିଛି ଭଲ ପ୍ରଶିକ୍ଷଣ ସଂସ୍ଥା ନଥିଲେ ମଧ୍ୟ ତାଙ୍କ ଝିଅ ଆଜି ଜାତୀୟ ସ୍ଥରରେ ବେଶ ନାଁ କମାଇ ପାରିଥିବାରୁ ସେ ନେଇ ସେ ବେଶ ଗର୍ବିତ ଥିବା କଥା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.