‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର

ପାକିସ୍ତାନ ଉପରେ ମଙ୍ଗଳବାର ରାତିରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରି ଧ୍ବଂସ କରିଦେଇଛି । ଏହି ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଥିବା ୪ଟି ଆଡ୍ଡା ଏବଂ ପିଓକେରେ ଥିବା ୫ଟି ଆଡ୍ଡାକୁ ଟାର୍ଗେଟ କରାଯାଇଛି । ‘ଅପରେସନ ସିନ୍ଦୂର’କୁ ପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟର ।

ଏୟାର ଷ୍ଟ୍ରାଇକକୁ ପ୍ରତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, କୌଣସି ପାକିସ୍ତାନ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇନାହିଁ । ଆକ୍ରମଣ କେବଳ ଆତଙ୍କବାଦୀ ଆଡ୍ଡୀ ଉପରେ କରାଯାଇଛି । ଯେଉଁଠାରେ ଭାରତ ବିପକ୍ଷରେ ଷଡଯନ୍ତ୍ର କରି ଲକ୍ଷ୍ୟ କରାଯାଉଥିଲା ।

ଏହାକୁ ନେଇ ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ହେଡ କୋଚ୍ ଗୌତମ ଗମ୍ଭୀର ଟ୍ବିଟ୍ କରି ଅପରେସନ ସିନ୍ଦୂର ପୋଷ୍ଟର ସେୟାର କରିଛନ୍ତି । ଏହାସହିତ କ୍ୟାପସନରେ ଲେଖିଛନ୍ତି ‘ଜୟ ହିନ୍ଦ’ ।

ପୂର୍ବ କ୍ରିକେଟର ସୁରେଶ ରୈନା ଅପରେସନ ସିନ୍ଦୂର ଏବଂ ଜୟ ହିନ୍ଦ ହ୍ୟାସଟ୍ୟାଗ ସହିତ ପୋଷ୍ଟର ସେୟାର କରିଛନ୍ତି । ଆକାଶ ଚୋପ୍ରା ମଧ୍ୟ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମେ ସାଥିରେ ରହିଛୁ, ଜୟ ହିନ୍ଦ । ପ୍ରଜ୍ଞାନ ଓଝା, ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଫଟୋ ସେୟାର କରିଛନ୍ତି ।

ସାରା ଦେଶ ଶୋଇଥିବା ବେଳେସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍‌ଲା ସିନ୍ଦୂରରେ ନେଇଛି ସେନା । ରାତିର ଅନ୍ଧାରରେ ଏହି ଅପରେସନ କରାଯାଇଥିଲା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ସ୍ଥାନଗୁଡ଼ିକୁ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା ।  ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Also Read : ‘ପିକଚର୍ ଅଭି ବାକି ହୈ…’, ଅପରେସନ ସିନ୍ଦୂର ପରେ ପୂର୍ବ ସେନା ମୁଖ୍ୟ ମନୋଜ ନରଭଣେ ପାକିସ୍ତାନକୁ ଦେଲେ ବଡ଼ ଟେନସନ