ହାଇକୋର୍ଟରେ ବାରବାଟି ଟି-୨୦ ମ୍ଯାଚ ବନ୍ଦ ପାଇଁ ମାମଲା ଖାରଜ

କଟକ(କେନ୍ୟୁଜ୍‌): ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ଯାଚ ବନ୍ଦ ପାଇଁ ହାଇକୋର୍ଟ ରେ ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ ଓଡିଶା ହାଇକୋର୍ଟ। ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ୍‌କୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳ ଭୁବନ ଅଞ୍ଚଳର ସଞ୍ଜୟ ନାୟକ।

ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ମ୍ୟାଚ୍‌ ବନ୍ଦ କରାଯାଉ ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ସରକାର,ବିସିସିଆଇ, ଓସିଏ ସମେତ ୧୫ ଜଣକୁ ପକ୍ଷଭୁକ୍ତ କରାଯାଇଥିଲା।

ଆଜିର ଏହି ଶୁଣାଣି ସମୟରେ ଷ୍ଟାଡିୟମରେ ସମସ୍ତ ପ୍ରକାରର ଅଗ୍ନି ର୍ନିବାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଯୁକ୍ତି ପରେ ହାଇକୋର୍ଟ ଏଭଳି ଆବେଦନକୁ ଖାରଜ କରି ଦେଇଛନ୍ତି।