ଆଉ ନାହାନ୍ତି ନ୍ୟୁଜିଲାଣ୍ଡର ଏହି ଲୋକପ୍ରିୟ କ୍ରିକେଟର, ତାଙ୍କ ନେତୃତ୍ୱରେ ପାକିସ୍ତାନ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟର, ଶିକ୍ଷକ, ଲେଖକ ବ୍ରୁସ ଆଲେକ୍ସଜାଣ୍ଡର ଗ୍ରେନଫଲ୍‌ ମୁରେଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଥିଲା । ୧୦ ଜାନୁଆରୀ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ରିକେଟ ଜବତରେ ବ୍ରୁସ ମୁରେ ନାମରେ ବେଶ୍‌ ପରିଚିତ ଏହି କ୍ରିକେଟର । ତାଙ୍କ ମୃତ୍ୟୁରେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍‌ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛି ।

ମୁରେ ନ୍ୟୁଜିଲାଣ୍ଡ ପାଇଁ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ତେବେ ମୁରେ କେବଳ କ୍ରିକେଟ ନୁହେଁ ବରଂ ଜଣେ ଶିକ୍ଷକ ଭାବେ ବେଶ୍‌ ପରିଚିତ। ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଠ ପଢାଇଛନ୍ତି । ବ୍ରୁସ ମୁରେ ଟିମରେ ଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିଥିଲା ନ୍ୟୁଜିଲାଣ୍ଡ । ୧୯୬୯ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଲାହୋର ଟେଷ୍ଟ ହରାଇଥିଲା । ମୁରେଙ୍କ ଦୁଇ ଭଉଣୀ ଅମେଲିୟା କେର ଏବଂ ଜେସ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌ର ଜଣାଶୁଣା ଖେଳାଳି ।

ମୁରେ ନିଜ କ୍ୟାରିଅରେ ୧୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ୫୯୮ ରନ୍‌ କରିଛନ୍ତି। ଟେଷ୍ଟରେ ସର୍ବାଧିକ ସ୍କୋର ୯୦ ରନ୍‌ କରିଥିଲେ । ଟେଷ୍ଟ କ୍ରିକେଟରେ ୫ଟି ଅର୍ଦ୍ଧଶଥକ କରିଛନ୍ତି । ସେ ୧୯୬୮ରୁ ଆରମ୍ଭ କରି ୧୯୭୧ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପ୍ରତିନିଧିତ୍ୱ କରିଥିଲେ । ଏହାଛଡା ପ୍ରଥମ ଶ୍ରେଣୀ କ୍ରିକେଟରେ ୬୨୫୭ ରନ୍‌ କରିଛନ୍ତି । ଏଥିରେ ୬ଟି ଶତକ ଏବଂ ୪୩ ଅର୍ଦ୍ଧଶତକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.