ଭାରତ ପାଇଁ ଖୁସି ଖବର; ହେଭିୱେଟ୍‌ ବକ୍ସିଙ୍ଗ୍‌’ ପ୍ରତିଯୋଗିତାର କ୍ବାର୍ଟର୍‌ଫାଇନାଲ୍‌ରେ ପହଞ୍ଚିଲେ ସତୀଶ କୁମାର

ଟୋକିଓ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି କ୍ୱାର୍ଟରରେ ପହଞ୍ଚିଛନ୍ତି ସତୀଶ କୁମାର । ଜାମାଇକା ରିକୋର୍ଡୋ ବ୍ରାଉନଙ୍କୁ ୪-୧ରେ ହରାଇଛନ୍ତି ସତୀଶ । ଏହି ସଫଳତା ସହିତ ସେ କ୍ୱାର୍ଟର ପାଇଁ ବାଟ ସଫା କରିଛନ୍ତି ସତୀଶ । ୯୧ କିଲୋ ବର୍ଗରେ ସତୀଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଭାରତ ପକ୍ଷରୁ ଦୁଇଥର ‘ଏସିଆନ୍‌ ଚାମ୍ପିଅନ୍‌ସିପ୍‌’ରେ କାଂସ୍ୟ ପଦକ ହାସଲ କରିଥିବା ୩୨ ବର୍ଷିୟ ସତୀଶ ଏହି ଖେଳରେ ଉତ୍ତମ ରୂପେ ପାଦଚାଳନା କରିପାରୁ ନ ଥିବା ୩୧ ବର୍ଷିୟ ବ୍ରାଉନ୍‌ଙ୍କୁ ଦକ୍ଷତାର ସହ ମୁକାବିଲା କରିଥିଲେ।

Leave A Reply

Your email address will not be published.