ଓଭାଲ ଟେଷ୍ଟ : ଉମେଶ ଯାଦବ ଝଡ଼ାଇ ଦେଲେ ବ୍ରିଟିଶ ବାହିନୀର ଓ୍ଵିକେଟ

କେନ୍ୟୁଜ୍(ବ୍ୟୁରୋ): ରୋମାଞ୍ଚକର ସ୍ଥିତିରେ ଓଭାଲ ଟେଷ୍ଟ । ଦ୍ୱିତୀୟ ଦିନରେ ଇଂଲଣ୍ଡର ବ୍ୟାଟିଂ ଅଡର ଭୂଷୁଡି ପଡିଛି । ଗତକାଲିର ଅସମାପ୍ତ ୫୩ ରନରୁ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଆଉ ୨ଟି ଓ୍ଵିକେଟ ହରାଇଛି । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ପାଭିଲିଆନ ଫେରିଛନ୍ତି । ବ୍ରିଟିସ ବାହିନୀର ବ୍ୟାଟିଂ ଅଡରକୁ ଧ୍ୱସ୍ତ କରିଛନ୍ତି ଉମେଶ ଯାଦବ ।

୩ଟି ଓ୍ଵିକେଟ ନେବା ସହ ଟେଷ୍ଟ କ୍ୟାରିୟରରେ ମୋଟ ୧୫୦ଟି ଓ୍ଵିକେଟ ଦାଖଲ କରିଛନ୍ତି । ସେହପରି ବୁମରାଙ୍କୁ ମିଳିଛି ୫ ଓ୍ଵିକେଟ । ଚତୁର୍ଥ ଟେଷ୍ଟର ଗତକାଲି ପ୍ରଥମ ଦିନରେ ୧୩ଟି ଓ୍ଵିକେଟର ପତନ ହୋଇଥିଲା । ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ କରି ଅଲଆଉଟ ହୋଇଛି । ଦ୍ଵିତୀୟ ଦିନ ଲଂଚ ବ୍ରେକ ସୁଦ୍ଧା ଇଂଲଣ୍ଡ ୫ ଓ୍ଵିକେଟ ହରି ୧୩୯ ରନ କରିଛି ।

Leave A Reply

Your email address will not be published.