ଇଣ୍ଡୋନେସିଆ ଓପନ ଫାଇନାଲରେ ୟୁ ଫେଇଙ୍କୁ ୨୧-୧୯ ଓ ୨୧-୧୦ ହରାଇଲେ ପିଭି ସିନ୍ଧୁ, ଆସନ୍ତାକାଲି ଟାଇଟଲ ଲଢେଇରେ ଭେଟିବେ ଆକାନେ ୟାମାଗୁଚିଙ୍କ

ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ଓପନ ଫାଇନାଲରେ ପି.ଭି ସିନ୍ଧୁ । ୟୁ ଫେଇଙ୍କୁ ୨୧-୧୯ ଓ ୨୧-୧୦ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ୪୬ ମିନିଟ ଧରି ଏହି ମ୍ୟାଚ୍‌ ଚାଲିଥିଲା । ବିଶ୍ୱର ପାଞ୍ଚ ନମ୍ବର ସ୍ଥାନରେ ଥିବା ସିନ୍ଧୁ ଫାଇନାଲରେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ଆସନ୍ତାକାଲି ଟାଇଟଲ ଲଢେଇ ହେବ । ଚଳିତ ବର୍ଷ ସିଦ୍ଧୁଙ୍କର ଏହା ପ୍ରଥମ ଫାଇନାଲ ଖେଳ । ଏହା ପୂର୍ବରୁ କୌଣସି ଟୁର୍ଣ୍ଣାମେଣ୍ଟରେ ସେ ଫାଇନାଲରେ ପହଞ୍ଚି ନଥିଲେ । ଟାଇଟଲ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ସିଦ୍ଧୁ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.