ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କରେ ସାମିଲ ହେଲେ ପାକିସ୍ତାନୀ ଅଲରାଉଣ୍ଡର ଆଜମ
ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ଟିମରେ ସାମିଲ ହେଲେ ହମାଦ ଆଜମ ଏବଂ ଏହସାନ ଆଦିଲ । ଆଇପିଏଲ୍ ର ଫ୍ରାଞ୍ଚାଇଜ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ମେଜର ଲିଗ୍ କ୍ରିକେଟରେ ପାକିସ୍ତାନୀ ଅଲରାଉଣ୍ଡରଙ୍କୁ କିଣିଛି।

ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ୍)ର ଫ୍ରାଞ୍ଚାଇଜ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ମେଜର ଲିଗ୍ କ୍ରିକେଟରେ ଟିମ୍ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ଟି ୨୦ ଲିଗରେ ଭାଗ ନେବ। ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ୮ ଜଣ ଖେଳାଳିଙ୍କୁ ଚୟନ କରିନେଇଛି । ପାକିସ୍ତାନର ୨ ଜଣ କ୍ରିକେଟରେ ଏହି ଟିମରେ ସାମିଲ ରହିଛନ୍ତି । ହମାଦ ଆଜମ ଏବଂ ଏହସାନ ଆଦିଲ ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ଟିମରେ ସାମିଲ ହୋଇଛନ୍ତି ।
ହମାଦ ଆଜମ ପାକିସ୍ତାନ ତରଫରୁ ଅଲରାଉଣ୍ଡର ଭାବେ ଖେଳୁଛନ୍ତି । ୩୨ ବର୍ଷୀୟ ହମାଦ ପାକିସ୍ତାନ ପକ୍ଷରୁ ୧୧ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳିସାରିଛନ୍ତି। ଏହାଛଡା ପାକିସ୍ତାନ ସୁପର ଲିଗରେ ମୁଲତାନ ସୁଲତାନ ଏବଂ ଲାହୋର କଲନ୍ଦର୍ସ ପାଇଁ ଖେଳିସାରିଛନ୍ତି । ତେବେ ହମାଦ ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ ଟିମରେ ସାମିଲ ହୋଇ ବହୁତ ଉତ୍ସାହିତ ରହିଛନ୍ତି ।
ମେଜର ଲିଗ୍ କ୍ରିକେଟର ପ୍ରଥମ ସିଜିନ ୨୦୨୩ରେ ଖେଳାଯିବ । ପ୍ରଥମ ସିଜିନ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୬ଟି ଟିମ୍ ଭାଗ ନେବେ । ଏଥିମଧ୍ୟରୁ ୪ଟି ଟିମ୍ ଆଇପିଏଲ ଫ୍ରାଞ୍ଚାଇଜର ରହିବ । ଲିଗର ଆରମ୍ଭ ୨୦୨୩ରେ ହେବ । ଆଇପିଏଲ୍ ଫ୍ରାଞ୍ଚାଇଜ ମଧ୍ୟରେ କୋଲକତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରମୁଖ ଟିମ୍ ସାମିଲ ରହିବେ ।
ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୬ଟି ଟିମ୍ :
ସିଏଟଲ୍ ଓରକାସ୍
ଏମଆଇ ନ୍ୟୁୟର୍କ
ଟିମ୍ ଟେକ୍ସାସ
ଓ୍ଵାଶିଂଟନ ଫ୍ରିଡମ୍
ସାନ ଫ୍ରାନ୍ସିକୋ ୟୁନିକର୍ନ
ଲସ୍ ଏଞ୍ଜେଲସ ନାଇଟ ରାଇଡର୍ସ