ବିସିସିଆଇ ବଏକଟ୍ କଲେ ବରବାଦ୍ ହୋଇଯିବ ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ, ସହିବ କୋଟି କୋଟି ଟଙ୍କା କ୍ଷତି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ କ୍ରିକେଟ ଉପରେ ଦେଖିବାକୁ ମିଳିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିସିସିଆଇ ଆଇସିସିକୁ ଦାବି କରିଛି କି, ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହିତ ଭାରତକୁ ଗୋଟିଏ ଗ୍ରୁପରେ ନ ରଖାଯାଉଛି । ଏହାଦ୍ବାରା ଦୁଇଟି ଯାକ ଟିମ ମଧ୍ୟରେ କମ୍ ମ୍ୟାଚର ସମ୍ଭାବନା ରହିବ । ଯଦି ଭାରତ ସଂପୂର୍ଣ୍ଣ ଭାବେ ପାକିସ୍ତାନ ଏବଂ ବାଂଲାଦେଶକୁ ବହିଷ୍କାର କରେ, ତେବେ ଦୁଇଟି ଯାକ କ୍ରିକେଟ ବୋର୍ଡ ସଂପୂର୍ଣ୍ଣ ଭାବେ ବରବାଦ୍ ହୋଇଯିବ ।

ଯଦି ଟିମ୍ ଇଣ୍ଡିଆ କ୍ରିକେଟରେ ପାକିସ୍ତାନକୁ ବହିଷ୍କାର କରେ, ତେବେ ପାକିସ୍ତାନ କ୍ରିକେଟ ଟିମ୍ ୨୨୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିପାରେ । ଭାରତୀୟ ଟିମ୍ ପ୍ରଥମରୁ ପାକିସ୍ତାନ ସହିତ ଦ୍ବିପାକ୍ଷିକ ସିରିଜ ଖେଳୁନାହିଁ । ଏହାଛଡା ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ମଧ୍ୟ ଯାଉନି ଟିମ୍ ଇଣ୍ଡିଆ । ଚଳିତବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ କରିଥିଲା ପାକିସ୍ତାନ । କିନ୍ତୁ ଭାରତ ସବୁ ମ୍ୟାଚ୍ ଦୁବାଇରେ ଖେଳିଥିଲା । ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାକିସ୍ତାନ କରିଥିବା ସତ୍ତ୍ବେ ଭାରତ ଯୋଗୁଁ ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯାଇଥିଲା ।

ଆଇସିସି ଇଭେଣ୍ଟରେ ଟିମ୍ ଇଣ୍ଡିଆ ସହିତ ସହିତ ନ ଖେଳିବା ଯୋଗୁଁ ପାକିସ୍ତାନ ପ୍ରତି ଟୁର୍ଣ୍ଣାମେଣ୍ଟରେ ୧୨୮ କୋଟି ଟଙ୍କା କ୍ଷତି ସହେ । ଯାହା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ବହୁତ ବଡ଼ କ୍ଷତି ।

କେବଳ ପାକିସ୍ତାନକୁ ନୁହେଁ, ଯଦି ଟିମ୍ ଇଣ୍ଡିଆ ବାଂଲାଦେଶକୁ ବହିଷ୍କାର କରେ, ତେବେ ବାଂଲାଦେଶ ମଧ୍ୟ ବଡ଼ କ୍ଷତି ସହିବ । ଗତଥର ଟିମ୍ ଇଣ୍ଡିଆ ବାଂଲାଦେଶ ଗସ୍ତ କରିଥିବା ବେଳେ ବାଂଲାଦେଶ ୮୦ କୋଟି ଟଙ୍କା ଆୟ କରିଥିଲା । ଯଦି ଟିମ୍ ଇଣ୍ଡିଆ ବାଂଲାଦେଶ ସହିତ ଦ୍ବିପାକ୍ଷିକ ସିରିଜ ନ ଖେଳେ, ତେବେ ପ୍ରତି ସିରିଜରେ ୧୦୦ କୋଟି କ୍ଷତି ସହିବ ବାଂଲାଦେଶ ।

ଟିମ୍ ଇଣ୍ଡିଆ ବାଂଲାଦେଶ ସହିତ କୌଣସି ଆଇସିସି ଇଭେଣ୍ଟ ନ ଖେଳେ, ତେବେ ବାଂଲାଦେଶକୁ ୧୩୦ କୋଟି ଟଙ୍କା କ୍ଷତି ହେବ ।

Also Read : ‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର