ଟି୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଠାରୁ ଭାରତର ଶୋଚନୀୟ ପରାଜୟ, ୧୦ ଉଇକେଟରେ ହାରିଲା

ଦୁବାଇ : ଆଇସିସି ଟି ୨୦ ବିଶ୍ୱକପ ମ୍ୟାଚରେ ପାକିସ୍ତାନ ଆଜି ତାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତକୁ ୧୦ ଉଇକେଟରେ ହରାଇ ଦେଇଛି । ଭାରତର ୧୫୧ ରନ ଜବାବରେ ପାକିସ୍ତାନ କୌଣସି ନହରାଇ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ୧୫୨ ରନରେ ପହଂଚି ଯାଇଥିଲା । ଭାରତର ଏହି ପରାଜୟ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନ ଭାଙ୍ଗି ଦେଇଛି । କାରଣ ପାକିସ୍ତାନ ଠାରୁ ଠାରୁ ଆଦୌ ହାରିନଥିବା ଟିମ ଇଣ୍ଡିଆ ପ୍ରଥମ ଥର ଏବଂ ଶୋଚନୀୟ ହାରିଲା ।
ପାକିସ୍ତାନ ପକ୍ଷରୁ ଦୁଇ ଓପନର ମହମଦ ରିଜୱନ ୭୯ ଏବଂ ଅଧିନାୟକ ବାବର ଆଜମ ୬୮ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟରେ ୧୫୧ ରନ କରିଥିଲା ।ଭାରତ ତାର ଦ୍ଵିତୀୟ ମ୍ୟାଚ ୩୧ ତାରିଖ ଦିନ ନିଉଜିଲାଣ୍ଡକୁ ଭେଟିବ।

 

PAKISTAN

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.