ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବେ ପାକିସ୍ତାନର ବାବର ଆଜମ

କେନ୍ୟୁଜ୍‌: ବୋଧହୁଏ ବରିଷ୍ଠ ଖେଳାଳିଙ୍କ ପରାମର୍ଶ ମାନିଗଲେ ପାକସ୍ତାନ କ୍ରିକେଟ୍‌ ଅଧିନାୟକ ବାବର ଆଜମ । ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ ପରେ ପରେ ଆଜମ ନିଜ ପଦ ଛାଡ଼ିବା ନେଇ ସୂଚନା ମିଳିଛି । ଏନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । କ୍ରିକେଟ ଇତିହାସରେ ସବୁବେେଳେ ଭାରତ-ପାକିସ୍ତାନ ମ୍ୟାଚ ଚର୍ଚ୍ଚାରେ ରହିଥାଏ । ଏହି ଦୁଇଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ଦର୍ଶକମାନେ ଅନେଇ ବସିଥାନ୍ତି । ଏଥର ୨୦୨୨ ଟି-୨୦ ବିଶ୍ୱକପରେ ଭାରତର ସ୍ଥିିତି ଏବଂ ପ୍ରଦର୍ଶନ ଉଚ୍ଚକୋଟୀର ଥିବା ବେଳେ ପାକିସ୍ତାନ କିନ୍ତୁ ଏଥିରେ ବିଫଳ ହୋଇଛି । ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏତେ ଭଲ ଯାଇନାହିଁ। ସେ ନିଜ ରଣ କୌଶଳରେ ଫେଲ ମରିଛନ୍ତି ଅନ୍ୟପଟେ ତାଙ୍କର ଖରାପ ଫର୍ମ ହେଉଛି ଏକ ବଡ଼ କାରଣ । ଏହି ବିଶ୍ୱକପରେ ଯେନତେନ ପ୍ରକାର ସେମିଫାଇନାଲକୁ ଯାଇଥିଲେ ମଧ୍ୟ ପାକିସ୍ତାନର ପ୍ରଶଂସକ ଏତେ ଖୁସି ନାହାନ୍ତି ।

ସୂଚନା ଅନୁସାରେ ପାକିସ୍ତାନ ଟିମ୍‌ ଏବଂ ପାକିସ୍ତାନ ସୁପରଲିଗ୍‌ର କରାଚୀ କିଙ୍ଗସ, ଏହି ଦୁଇଟି ଯାକ ଟିମ୍‌ର ଅଧିନାୟକ ପଦ ଛାଡ଼ିବାକୁ ଯାଉଛନ୍ତି । କରାଚୀ କିଙ୍ଗସର ନିର୍ଦ୍ଦେଶକ ଏବଂ ପାକିସ୍ତାନର ପୂର୍ବତନ ଖେଳାଳୀ ଓ୍ଵାସିମ୍‌ ଆକ୍ରମ ବି ଏକ କାର୍ଯ୍ୟକ୍ରମରେ ବାବରଙ୍କୁ ଆକ୍ଷେପ କରିଛନ୍ତି । ସେ କହିଛନ୍ତି ତାଙ୍କର କରାଚୀ କିଙ୍ଗ୍‌ସ ଟିମ୍‌ ପାକିସ୍ତାନ ସୁପର ଲିଗ୍‌ରେ ଗତ ସିଜିନରେ ଖରାପ ସ୍ଥିତିକୁ ଯାଇଛି । ଯାହାର ନେତୃତ୍ୱ ନେଉଥିଲେ ନିଜେ ବାବର ଆଜମ । ସେ କହିଥିଲେ ଗତ ସିଜିନରେ କରାଚୀ କିଙ୍ଗସ ୧୦ ଟି ମ୍ୟାଚରୁୁ ୮ଟିରେ ପରାସ୍ତ ହୋଇଥିଲା ବେଳେ ମାତ୍ର ୨ଟିରେ ବିଜୟୀ ହୋଇଥିଲା ଏବଂ ପଏଣ୍ଟସ ଟେବୁଲରେ ପଛରେ ରହିଥିଲା ।
ଟି-୨୦ ବିଶ୍ୱକପର ୨୦୨୨ ସିଜିନ କଥା ଯଦି ଦେଖିବା ତେବେ ବାବର ଆଜମଙ୍କର ଫର୍ମ ଆପଣଙ୍କୁ ଚିନ୍ତାରେ ପକାଇବ । ସେ ୫ଟି ମ୍ୟାଚ ଖେଳି ମାତ୍ର ୩୯ ରନ କରିଛନ୍ତି । ସେ ସଂପୂର୍ଣ୍ଣ ମ୍ୟାଚରେ ଯଥାକ୍ରମେ ୦, ୪, ୪, ୬ ଏବଂ ୨୫ ରନ କରିଛନ୍ତି ।

ବାବରଙ୍କର ଏହି ଦୁର୍ବଳ ଫର୍ମ ପାକିସ୍ତାନ ପ୍ରଶଂସକମାନଙ୍କୁ ନିରାଶ କରିଛି । ପାକିସ୍ତାନ ସୁପର ୧୨ରେ ୫ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇ ୬ ପଏଣ୍ଟ ସହିତ ୧.୦୨୮ ନେଟ୍‌ ରନ ରେଟ୍‌ରେ ସେମିଫାଇନାଲକୁ ପ୍ରବେଶ କରିଛି। ଏବେ ସୁପର ୧୨ ମ୍ୟାଚ ଶେଷ ହୋଇଥିବା ବେଳେ ସେମି ଫାଇନାଲ ଏବଂ ପାଇନାଲ ବାକି ଅଛି । ପ୍ରଥମ ସେମିଫାଇନାଲ ଆସନ୍ତା କାଲି ୯ ତାରିଖ ସିଡ୍‌ନୀ କ୍ରିକେଟ ଗ୍ରଉଣ୍ଡରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ଖେଳିବେ ଏବଂ ଦ୍ୱିତୀୟ ସେମିଫାଇନାଲ ୧୦ ତାରିଖ ଏଡିଲେଡ୍‌ରେ ଭାରତ ଇଂଲଣ୍ଡକୁ ଭେଟିବ । ଆଶା କରାଯାଉଛି ଏହି ଦୁଇଟି ଯାକ ସେମିଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

Leave A Reply

Your email address will not be published.