ଭାରତୀୟ ଟିମ ଏବେ ସାଉଥ ଆଫ୍ରିକା ଗସ୍ତରେ ରହିଛି । ସେଠାରେ ଟିମ୍ ୪ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି । ଏହି ସିରିଜର ଦୁଇଟି ମ୍ୟାଚ ହୋଇସାରିଛି । ଉଭୟ ଦଳ ୧-୧ରେ ରହିଛନ୍ତି । ପ୍ରଥମ ମ୍ୟାଚ ଭାରତ ୬୧ ରନରେ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚକୁ ସାଉଥ ଆଫ୍ରିକା ୩ ୱିକେଟରେ ଜିତିନେଇଛି । ଆସନ୍ତାକାଲି ତୃତୀୟ ମ୍ୟାଚ ସେଞ୍ଚୁରିଆନ ସୁପର ସ୍ପୋଟର୍ସଙ୍କ ପାର୍କରେ ଖେଳାଯିବ । ଏହି ମ୍ୟାଚକୁ ଭାରତ ଜିତି ଆଗୁଆ ହେବାକୁ ଚାହୁଁଛି । ତେବେ ମ୍ୟାଚ ପୂର୍ବରୁ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବାହାରେ ବୁଲିଥିବା ବେଳେ ଜଣେ ପାକିସ୍ତାନୀ ଫ୍ୟାନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ କାହିଁକି ଯାଉନି ବୋଲି ପ୍ରଶ୍ନ କରିଥିଲେ ।
ସୂର୍ଯ୍ୟକୁମାର ଯାଦବ ବାହାରେ ବୁଲୁଥିବା ବେଳେ ଜଣେ ପାକିସ୍ତାନୀ ଫ୍ୟାନ୍ ସାକ୍ଷାତ କରିଥିଲେ । ସେତେବେଳେ ପାକିସ୍ତାନୀ ଫ୍ୟାନ୍ ଜଣକ ସୂର୍ଯ୍ୟଙ୍କୁ ପ୍ରଶ୍ନ ପଚାରିଥିଲେ କି, ଆପଣ କହି ପାରିବେ କି, ପାକିସ୍ତାନ କ’ଣ ପାଇଁ ଆସୁନାହାନ୍ତି ? ଏହାର ଉତ୍ତର ହସି ହସି ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର କହିଛନ୍ତି, ଏହା କ’ଣ ଆମ ହାତରେ ରହିଛି । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ସୂର୍ଯ୍ୟକୁମାରଙ୍କ ସହିତ ରିଙ୍କୁ ସିଂ ମଧ୍ୟ ନଜର ଆସିଛନ୍ତି ।
View this post on Instagram
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବାକୁ ପାକିସ୍ତାନ ଯିବନି ଭାରତୀୟ ଟିମ୍ । ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ପିସିବିକୁ ଆଇସିସି ଅବଗତ କରାଇଛି । ଏହାପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି ।
ଆଇସିସି ଚାମ୍ପିଅନ୍ସ ଟିମ୍ ଆୟୋଜନ ଦାୟିତ୍ବ ପାକିସ୍ତାନକୁ ମିଳିଛି । ଏବେ ଭାରତୀୟ ଟିମକୁ ପାକିସ୍ତାନ ଯାତ୍ରା ନ କରିବା ଯୋଗୁଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲ ଭାବେ କରାଯିବ । ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ ୟୁଏଇରେ ଖେଳିପାରେ । ଆଇସିସି ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହେବ । ଫାଇନାଲ ମାର୍ଚ୍ଚ ୯ ତାରିଖରେ ଖେଳାଯିବ । ପିସିବି ଏଥିପାଇଁ କାର୍ଯସୂଚୀ ଆରମ୍ଭ କରିଛି । ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯିବ । ମାର୍ଚ୍ଚ ୧ରେ ଦୁଇ ଟିମ ମଧ୍ୟରେ ମ୍ୟାଚ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୮ଟି ଟିମ୍ ଭାଗ ନେବ । ଚାମ୍ପିଅନ୍ସ ଟ୍ରଫିରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ପାକିସ୍ତାନ ଏବଂ ସାଉଥ ଆଫ୍ରିକା ରହିଛି । ଟୁର୍ଣ୍ଣାମେଣ୍ଟ ୧୦୦ ଦିନ ପାଇଁ ଖେଳାଯିବ ।