କ୍ରୀଡା

ଓ୍ଵାସିମ୍‌ ଆକ୍ରମ କହିଲେ ମନର କଥା, ଜାଭେଦ ମିଆଁଦାଦ ନଥିଲେ ଆଜି ଏଠିି ମୁଁ ନଥାନ୍ତି

କେନ୍ୟୁଜ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଦ୍ରୁତ ବୋଲର ଓ୍ଵାସିମ୍‌ ଆକ୍ରମ ତାଙ୍କ ସଫଳ କ୍ୟାରିୟର ପଛରେ ଥିବା କ୍ରିକେଟରଙ୍କ ନାଁ ଖୁଲାସା କରିଛନ୍ତି । ଆକ୍ରମ କହିଛନ୍ତି, ତାଙ୍କ କ୍ରିକେଟ କ୍ୟାରିୟର ପଛରେ ଜଣେ ପାକିସ୍ତାନୀ କ୍ରିକେଟରଙ୍କ ହାତ ଅଛି । ଯାହାଙ୍କ ବିନା ତାଙ୍କ କ୍ରିକେଟ କ୍ୟାରିୟର ଅସମ୍ଭବ ଥିଲା । ସେ ହେଉଛନ୍ତି ପାକିସ୍ତାନର ପୂର୍ବ ଅଧିନାୟକ ଜାଭେଦ ମିୟାଁଦାଦ, ଯିଏ ତାଙ୍କୁ ତାଙ୍କର ଦକ୍ଷତାକୁ ଦେଖି ସୁଯୋଗ ଦେଇଥିଲେ । ଏହି ବିଷୟରେ ଆକ୍ରମ ତାଙ୍କ ଜୀବନି ‘ସୁଲତାନ: ଏକ ମେମୋୟର’ରେ ପ୍ରକାଶ କରିଛନ୍ତି ।

ଓ୍ଵାସିମ୍‌ଙ୍କ କ୍ୟାରିୟର ପଛରେ ଜାଭେଦଙ୍କ ହାତ:

ଓ୍ଵାସିମ୍ ତାଙ୍କ ଜୀବନୀରେ କହିଛନ୍ତି ୧୯୮୫ ମସିହାରେ ଜାଭେଦ ମିୟାଁଦାଦ ପାକିସ୍ତାନ କ୍ରିକେଟ ବୋର୍ଡର ଚୟନକର୍ତ୍ତାଙ୍କ ପାଖରେ ତାଙ୍କ ବିଷୟରେ ଆଲୋଚନା କରିଥିଲେ । ଯାହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା । ସେ ତାଙ୍କର ଆହତ ସମସ୍ୟାରୁ ମୁକୁଳିବା ପରେ ଗଦ୍ଦାଫି ଷ୍ଟାଡିୟମରେ ଉପସ୍ଥିତ ଥିଲେ । ମିୟାଁଦାଦ ତାଙ୍କୁ ୬୦ ଜଣ ସ୍ଥାନୀୟ ବୋଲରଙ୍କ ଭିତରେ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ । ଆକ୍ରମଙ୍କ ଦ୍ରୁତ ଗତିର ବୋଲିଂ ଏବଂ ସ୍ୱିଙ୍ଗ୍ ପାଇଁ ତତ୍କାଳୀନ ପାକିସ୍ତାନ ଅଧିନାୟକ ତାଙ୍କୁ ପସନ୍ଦ କରୁଥିଲେ । ୧୯୮୫ରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତରେ ଆକ୍ରମ ଡେବ୍ୟୁ କଲେ ଏବଂ ବହୁତ ବଢ଼ିଆ ପ୍ରଦର୍ଶନ କରିଥିଲେ । ଓ୍ଵାସିମ୍ ଆକ୍ରମ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଜାବେଦ ମିୟାଁଦାଦଙ୍କ ସହିତ ମୋର ପ୍ରଥମ ଦେଖାରୁ ସେ ମୋତେ ଜାଣି ଯାଇଥିଲେ ।

ଦିନିକିଆରେ ୫୦୨ ଓ୍ଵିକେଟ:

ଓ୍ଵାସିମ୍ ଆକ୍ରମ ତାଙ୍କ କ୍ରିକେଟ ଜୀବନରେ ୩୫୬ ଦିନିକିଆ ମ୍ୟାଚ୍ରେ ୨୩.୫୨ ହାରରେ ୫୦୨ ଓ୍ଵିକେଟ୍ ନେଇଛନ୍ତି । ୧୯୯୨ ବିଶ୍ୱକପରେ ମେଲ୍ବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ପାକିସ୍ତାନକୁ ଜିତାଇଥିଲେ । ସେ ମଧ୍ୟ ୧୦୪ ଟେଷ୍ଟ ମ୍ୟାଚ୍ ଖେଳି ୨୩.୬୨ ହାରରେ ୪୧୪ ଓ୍ଵିକେଟ୍ ନେଇଛନ୍ତି । ସେ ମିୟାଁଦାଦଙ୍କ ପରି ମହାନ ଖେଳାଳିଙ୍କ ପାଖରୁ ପ୍ରଶଂସା ପାଇ ନିଜକୁ ଭାଗ୍ୟଶାଳୀ ମନେ କଲେ । ଯଦି ଏହି ପରି ଭାବରେ ତାଙ୍କ ଜୀବନରେ ମିୟାଁଦାଦ ଆସି ନଥାଆନ୍ତେ ତେବେ ତାଙ୍କ କ୍ୟାରିୟର ଏତେ ସଫଳ ହୋଇ ପାରି ନଥାଆନ୍ତା ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

2 seconds ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

25 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

29 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

32 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

37 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

49 mins ago