ପାକିସ୍ତାନର ଧମକ, ଭାରତ ପାକିସ୍ତାନ ନ ଆସିଲେ ବିଶ୍ୱକପ ଖେଳିବାକୁ ଆସିବନି ପିସିବି

ନୂଆଦିଲ୍ଲୀ : ଭାରତ ପାକିସ୍ତାନ ନ ଆସିଲେ ବିଶ୍ୱକପ ଖେଳିବାକୁ ଆସିବନି ପିସିବି ବୋଲି ଧମକ ଦେଇଛି ପାକିସ୍ତାନ । ପାକିସ୍ତାନରେ ଏସିଆ କପ୍‌ ଭେନ୍ୟୁ ନହେଲେ ପାକିସ୍ତାନ ଭାରତ ଆସିବନି । ଏଭଳି କଡ଼ା ଧମକ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଗତକାଲି ଏସିଆନ୍‌ କ୍ରିକେଟ କାଉନସିଲ ବୈଠକ ବସିଥିଲା । ଏକ ନ୍ୟୁଟ୍ରାଲ ସ୍ଥାନରେ ଏସିଆ କପ ହେଉ ବୋଲି ବିସିସିଆଇ ଦାବି କରିଥିଲା । ପାକିସ୍ତାନରେ ସ୍ଥିତି ଭଲ ନାହିଁ ।

ତେଣୁ ଆଉ ଏକ ନ୍ୟୁଟ୍ରାଲ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଆୟାଜନ କରାଯାଉ ବୋଲି କହିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ । ତେବେ ଭେନ୍ୟୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ମାର୍ଚ୍ଚରେ ଏନେଇ ନିଷ୍ପତ୍ତି ନେବ ACC । ଏସିଆ କପର ଆୟୋଜନ ପ୍ରଥମରୁ ପାକିସ୍ତାନକୁ ଦିଆଯାଇଥିଲା । ୨୦୨୩ ସେପ୍ଟେମ୍ବରରେ ମ୍ୟାଚ ହେବାର ଥିଲା । ତେବେ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବନି ବୋଲି ରୋକଠାକ୍‌ କହିଥିଲା ।

Leave A Reply

Your email address will not be published.