ମ୍ୟାଚ ଖେଳୁଥିବା ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ, ଟାଣଖରା ସହିପାରିଲେନି ଖେଳାଳି

କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ କ୍ରିକେଟରଙ୍କ ମ୍‌ତ୍ୟୁ ହୋଇଛି । ଅଷ୍ଟ୍ରେଲିଆରେ ଆଡଲେଡରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନୀ ବଂଶୋଦ୍ଭବ ଅଷ୍ଟ୍ରେଲିଆ କ୍ରିକେଟର ଜୁନୈଦ ଜାଫର ଖାନଙ୍କ ମ୍‌ତ୍ୟୁ ହୋଇଛି । ଟାଣ ଖରାରେ ଖେଳୁଥିବା ବେଳେ କ୍ରିକେଟଙ୍କ ଜୀବନ ଚାଲିଯାଇଛି ।

ଅଷ୍ଟ୍ରେଲିଆ ଆଡଲେଡରେ ମ୍ୟାଚ ଖେଳିଥିବା ସମୟରେ ୪୧.୭ ଡିଗ୍ରୀ ତାପମାତ୍ରା ରହିଥିଲା । ଭୀଷଣ ଗରମ ଯୋଗୁଁ ୪୦ ଓଭର ଫିଲ୍ଡିଂ କରିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ତୁରନ୍ତ ଆମ୍ବୁଲାନ୍ସ ଡାକି ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଭୀଷଣ ଗରମ ଯୋଗୁଁ ଜୁନୈଦଙ୍କ ମୃତ୍ୟୁ ହୋଇଛି । ମ୍ୟାଚ୍ ୪୧.୭ ଡିଗ୍ରୀ ଖରାରେ ଆଡିଲେଡର କୋନକୋଡିୟନ୍ସ ଷ୍ଟାଡିୟମରେ ଖେଳାଯାଉଥିଲା । ଜୁନୈଦ ଓଲ୍ଡ କୋନକୋଡିୟନ୍ସ କ୍ଲବ ତରଫରୁ ଖେଳୁଥିଲେ । ୪୦ ଓଭର ବୋଲିଂ ସମୟରେ ପଡିଆରେ ରହିଥିଲେ ଓ ପରେ ବ୍ୟାଟିଂ କରିଥିଲେ । ୧୬ରନ କରିବା ପରେ ହଠାତ ଜୁନୈଦ ଅସୁସ୍ଥ ହୋଇ ମେଡିକାଲରେ ଡାକ୍ତର ଜୁନୈଦଙ୍କୁ ମୃତ ଘୋଷଣା କରିଥିଲେ । ୨୦୧୩ରେ ଜୁନୈଦ ପାକିସ୍ତାନରୁ ଅଷ୍ଟ୍ରେଲିଆ ଆସିଥିଲେ ।

ତେବେ ରମଜାନ ଚାଲୁଥିବା ଯୋଗୁଁ ଜାଫର ଉପବାସରେ ଥିଲେ । ଭୀଷଣ ଖରାରେ ଖେଳିବାକୁ ଯୋଗୁଁ ଗରମ ସହି ନପାରି ଏଭଳି ହୋଇଥାଏ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

Also Read : ଆଇପିଏଲ ପୂର୍ବରୁ ମହାକାଳଙ୍କୁ ଦର୍ଶନ କଲେ କେଏଲ ରାହୁଲ, ପତ୍ନୀ ଓ ପିଲା ପାଇଁ କଲେ ପ୍ରାର୍ଥନା