ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ପ୍ରକାରର ପ୍ରୟାସ କରି ଚାଲିଛନ୍ତି । ଏବେ ଏଥିରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟ ଖେଳାଳିମାନେ । ଦେଶର ବୀର ଜବାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ଯାଇ ରାଞ୍ଚିରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସହ ଖେଳିବା ବେଳେ ଖେଳାଳିଙ୍କ ମଥାରେ ଥିଲା ସେନା କ୍ୟାପ୍ ପିନ୍ଧିଥିଲେ । ଆଉ ସହିଦ ଯବାନଙ୍କ ପରିବାରକୁ ଆଜି ଦିନର ମ୍ୟାଚ୍ ଫି ଦାନ କରିଥିଲେ । ଏଥିରେ ଖେଳାଳୀଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲା ବିସିସିଆଇ। ଯାହାକୁ ଏବେ ବିରୋଧ କରିଛନ୍ତି ପାକିସ୍ତାନୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ହୁସେନ୍।
ଭାରତୀୟ ଖେଳାଳିଙ୍କ ଜବାନଙ୍କୁ ସମ୍ମାନ ଜଣାଇବାକୁ ପ୍ରଣାଳୀକୁ ପାକିସ୍ତାନ ‘ରାଜନୀତିକରଣର’ ନାଁ ଦେଇଛି। ପାକିସ୍ତାନ ଏ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି)କୁ ଭାରତୀୟ କ୍ରିକେଟ ଖେଳାଳିମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବା ସାମ୍ନାକୁ ଆସିଛି ।
“It’s just not Cricket”, I hope ICC ll take action for politicising Gentleman’s game … if Indian Cricket team ll not be stopped, Pak Cricket team should wear black bands to remind The World about Indian atrocities in Kashmir… I urge #PCB to lodge formal protest pic.twitter.com/GoCHM9aQqm
— Ch Fawad Hussain (@fawadchaudhry) March 8, 2019
ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ହୁସେନ୍ କହିଛନ୍ତି, ପାକିସ୍ତାନର କ୍ରିକେଟ ବୋର୍ଡ ଆଇସିସି ସହ ମିଶି ଭାରତ ବିରୋଧରେ ଆର୍ମି ଟୋପି ପିନ୍ଧିବା ନେଇ ଆନ୍ଦୋଳନ କରୁ। ଯଦି ଭାରତୀୟ ଟିମ୍ ଆର୍ମି ଟୋପି ପିନ୍ଧିବା ବନ୍ଦ ନ କରେ ତେବେ ପାକିସ୍ତାନ ଖେଳାଳିମାନେ ମଧ୍ୟ କଳା ବ୍ୟାଣ୍ଡ ପିନ୍ଧି ଖେଳିବା ଆରମ୍ଭ କରନ୍ତୁ। କଳା ବ୍ୟାଣ୍ଡ ଭାରତ ଅଧିକୃତ କଶ୍ମୀରବାସୀଙ୍କ ସହ ହେଉଥିବା ଅତ୍ୟାଚାରକୁ ତାଙ୍କୁ ମନେପକାଇବ।