ଟିମ୍ ହାରିବା ଜାଣି ଅଧା ମ୍ୟାଚରେ ଜର୍ସି ବଦଳାଇଲେ ପାକିସ୍ତାନୀ ଫ୍ୟାନ୍, ଭିଡିଓ ଭାଇରଲ

ଭାରତ-ପାକିସ୍ତାନ ମ୍ୟାଚରେ ଫ୍ୟାନ୍ସ ରୋମାଞ୍ଚକର ମୁକାବିଲା ଦେଖିବାକୁ ଆଶା କରିଥିଲେ, କିନ୍ତୁ ଏହି ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଏକତରଫା ହୋଇଗଲା । ଟିମ୍ ଇଣ୍ଡିଆ ପାକିସ୍ତାନକୁ ବହୁତ ସହଜରେ ୬ ୱିକେଟରେ ହରାଇ ପାକିସ୍ତାନୀ ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ପାକିସ୍ତାନୀ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ରବିବାର ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍ କରିଥିଲା । ଏହାର ଜବାବରେ ଭାରତ ୪୨.୩ ଓଭର ମାତ୍ର ୪ଟି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଏହି ମ୍ୟାଚ ସମୟରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା ।


ପାକିସ୍ତାନୀ ଫ୍ୟାନ୍ସଙ୍କ ଆଖି ଛଳଛଳ ହୋଇଥିବା ବେଳେ କିଛିଙ୍କ ଚେହେରା ମଉଳି ଯାଇଥିଲା । ମ୍ୟାଚ ଆରମ୍ଭରୁ ପାକିସ୍ତାନ ଜର୍ସି ପିନ୍ଧି ବସିଥିବା ଫ୍ୟାନ୍ସ ଟିମ୍ ହାରିବା ଜାଣିବା ପରେ ପୁଣିଥରେ ଭାରତ ଜର୍ସି ପିନ୍ଧିଥିଲେ । ଏଭଳି ସ୍ଥିତି ଦେଖି ଷ୍ଟାଡିୟମରେ ବସିଥିବା କିଛି ଭାରତୀୟ ଫ୍ୟାନ୍ସ ଏହା ଦେଖି ହସିଥିଲେ । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଫ୍ୟାନ୍ସଙ୍କ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି ।

ଗତକାଲି ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ବିରାଟ କୋହଲିଙ୍କ ଦମଦାର ଶତକ ବିଜୟ ସହ ସେମିରେ ଭାରତୀୟ ଦଳର ସ୍ଥାନ ପକ୍କା ହୋଇଛି । ୫୧ତମ ଦିନିକିଆରେ ଶତକ କରିଛନ୍ତି କୋହଲି । ପାକିସ୍ତାନ ୪୯ ଓଭର ୪ ବଲରେ ୨୪୧ ରନ୍ କରିଥିବାବେଳେ ଭାରତ ୪୨ ଓଭର ୩ ବଲରେ ୨୪୪ ରନ୍ କରି ବିଜୟୀ ହୋଇଛି ।

ଭାରତ ଗ୍ରୁପ ମ୍ୟାଚରେ ୨ଟି ଯାକ ମ୍ୟାଚ ଜିତିସାରିଛି । ଭାରତର ଆଗାମୀ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ମାର୍ଚ୍ଚ ୨ ତାରିଖରେ ଦୁବାଇରେ ଖେଳାଯିବ ।

Also Read : ପାକିସ୍ତାନ ବିପକ୍ଷ ମ୍ୟାଚରେ ୭ କୋଟି ଟଙ୍କାର ଘଣ୍ଟା ପିନ୍ଧି ଖେଳୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଆଶ୍ଚର୍ଯ୍ୟ ହେଲେ…