ପୁଣିଥରେ ତାଲିବାନକୁ ସମର୍ଥନ କଲେ ପାକ୍‌ କ୍ରିକେଟର ଶାହିଦ ଆଫ୍ରିଦି, କହିଲେ-ଏଥରକ ସେମାନେ ବଦଳିଯାଇଛନ୍ତି

ପୁଣିଥରେ ଖୋଲାଖୋଲି ତାଲିବାନ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ପୂର୍ବ କ୍ରିକେଟର ତଥା କ୍ୟାପ୍‌ଟେନ୍‌ ଶାହିଦ ଆଫ୍ରିଦି। ଶାହିଦ ଆଫ୍ରିଦି କହିଛନ୍ତି, ଏଥରକ ସବୁ ଜିନିଷ ସମ୍ପୂର୍ଣ୍ଣ ବଦଳିଥିବା ନଜର ଆସୁଛି। ତାଲିବାନ୍‌ମାନେ ମହିଳାଙ୍କୁ କାମ କରିବାର ସୁଯୋଗ ଦେଉଛନ୍ତି ଓ କ୍ରିକେଟ୍‌କୁ ମଧ୍ୟ ପସନ୍ଦ କରୁଛନ୍ତି।

ପୂର୍ବରୁ ଏକ ବୟାନରେ ଶାହିଦ ଆଫ୍ରିଦି କହିଥିଲେ, ତାଲିବାନ ଏଥରକ ପଜିଟିଭ୍‌ ଫ୍ରେମ୍‌ ମାଇଣ୍ଡ ସହ ଆସିଛି, ଏସବୁ ଜିନିଷ ପ୍ରଥମେ ଦେଖିବାକୁ ମିଳିନଥିଲା। ମହିଳାଙ୍କୁ କାମ କରିବାକୁ ଦେବା, ରାଜନୀତିରେ ଆସିବାକୁ ଅନୁମତି ଦିଆଯାଉଛି।


ଶାହିଦ ଆଫ୍ରିଦି କହିଛନ୍ତି, ତାଲିବାନ କ୍ରିକେଟ୍‌କୁ ସମର୍ଥନ କରୁଛି। ଶ୍ରୀଲଙ୍କାର ଖରାପ ସ୍ଥିତି ଯୋଗୁ ଚଳିତ ଥର ସିରିଜ୍‌ ଅନୁଷ୍ଠିତ ହୋଇନାହିଁ। କିନ୍ତୁ ତାଲିବାନ କ୍ରିକେଟ୍‌କୁ ସପୋର୍ଟ କରୁଛି।
ସୂଚନାଯୋଗ୍ୟ ଯେ ପାକିସ୍ତାନ ଲଗାତାର ତାଲିବାନକୁ ସମର୍ଥନ କରୁଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ଯିଏ ନିଜେ ବି ଜଣେ କ୍ରିକେଟର। ସେ ସରକାରକୁ ଆସିବା ପୂର୍ବରୁ ଅନେକ ଥର ତାଲିବାନକୁ ସମର୍ଥନ କରି ପ୍ରଶଂସା କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ତାଲିବାନକୁ ସମର୍ଥନ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.