ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନ ସରକାର ନେଲେ ବଡ଼ ନିଷ୍ପତ୍ତି, ଟ୍ରାଇ ସିରିଜ ପାଇଁ ନିୟୋଜିତ ହେଲା ଆର୍ମି

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଇ ମାତ୍ର ୧୫ ଦିନ ବାକି ଅଛି । ୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ପାକିସ୍ତାନ ସରକାର ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି । ଆଉ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବା ପୂର୍ବରୁ ସରକାର ସେଠିକାର ରାସ୍ତାରେ ଆର୍ମିକୁ ନିୟୋଜିତ କରିଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନରେ ଟ୍ରାଇ ସିରିଜ ଖେଳାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପାକିସ୍ତାନୀ ସେନା ନିୟୋଜିତ ହୋଇଛି । ଏହି ସିରିଜର ଆରମ୍ଭ ଫେବୃଆରୀ ୮ରୁ ଆରମ୍ଭ ହେବ । ଏଥିରେ ନ୍ୟୁଜିଲାଣ୍ଡ ଏବଂ ସାଉଥ ଆଫ୍ରିକା ଟିମ୍ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ ।

ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାଚକୁ ସୁରକ୍ଷିତ ଭାବେ ଆୟୋଜନ କରିବା ପାଇଁ କଡ଼ା ପଦକ୍ଷେପ ନେଇଛି । ଲାହୋର ଏବଂ କରାଚୀରେ ହେବାକୁ ଥିବା ମ୍ୟାଚ ପାଇଁ ପାକିସ୍ତାନୀ ସେନାର ରେଞ୍ଜର୍ସକୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି । ଫେବୃଆରୀ ୫ରୁ ଲାହୋରେରେ ଅନୁଚ୍ଛେଦ ୨୪୫ ଲାଗୁ କରି ସେନାକୁ ନିୟୋଜିତ ଆରମ୍ଭ ହୋଇଯାଇଛି ।

ଟ୍ରାଇ- ସିରିଜ ସିଡ୍ୟୁଲ :

ଫେବୃଆରୀ ୮ : ପ୍ରଥମ ଦିନିକିଆ, ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ (ଗଦାଫି ଷ୍ଟାଡିୟମ, ଲାହୋର)
ଫେବୃଆରୀ ୧୦ : ଦ୍ବିତୀୟ ଦିନିକିଆ, ନ୍ୟୁଜିଲାଣ୍ଡ ବନାମ ସାଉଥ ଆଫ୍ରିକା (ଗଦାଫି ଷ୍ଟାଡିୟମ, ଲାହୋର)
ଫେବୃଆରୀ ୧୨ : ତୃତୀୟ ଦିନିକିଆ, ପାକିସ୍ତାନ ବନାମ ସାଉଥ ଆଫ୍ରିକା (ନ୍ୟାସନାଲ ଷ୍ଟାଡିମ, କରାଚୀ)
ଫେବୃଆରୀ ୧୪ : ଫାଇନାଲ ମ୍ୟାଚ (ନ୍ୟାସନାଲ ଷ୍ଟାଡିମ, କରାଚୀ)

ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ :

୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ

Also Read : ବାରବାଟୀ ଲଢେଇ: ନିରାଶ କଲା ଅନଲାଇନ ଟିକେଟ, ଅଧଘଣ୍ଟା ଭିତରେ ବୁକିଂ ଶେଷ

You might also like