ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା: ମ୍ୟାଚ ଜିତିବାକୁ ୨୨ ଜଣ ପଣ୍ଡିତକୁ ନେଇଥିଲା ବିସିସିଆଇ, ତନ୍ତ୍ରମନ୍ତ୍ର କରି ଜିତିଥିଲେ ମ୍ୟାଚ୍

ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବାଦ୍ ପଡିବା ପରେ ପାକିସ୍ତାନ ମୁଣ୍ଡ କାମ କରୁନି । ଭାରତୀୟ ଟିମ୍ ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପାଇଁ ୨୨ ପଣ୍ଡିତକୁ ବିସିସିଆଇ ନିଯୁକ୍ତି ଦେଇଥିଲା ବୋଲି ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଟିମ୍ ଇଣ୍ଡିଆ ଦୁବାଇ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ୭ ଜଣ ପଣ୍ଡିତ ତନ୍ତ୍ରମନ୍ତ୍ର କରୁଥିଲେ ବୋଲି ଚର୍ଚ୍ଚା ଚାଲିଛି । ଏହାପରେ ୨୨ ପଣ୍ଡିତ ମିଶି ୧୧ ଜଣ ଖେଳାଳିଙ୍କ ଧ୍ୟାନ ହଟାଇଥିଲେ ।
ପାକିସ୍ତାନ ଗଣମାଧ୍ୟମ ଚର୍ଚ୍ଚା ଅନୁଯାୟୀ, ଭାରତ ଗୁଣି ଗାରେଡ଼ି କରି ମ୍ୟାଚ ଜିତିଛି । ଭାରତକୁ ଜିତାଇବା ପାଇଁ ୨୨ ଜଣ ପଣ୍ଡିତ ଦୁବାଇରେ ଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ମ୍ୟାଚ ବେଳେ ଷ୍ଟାଡିୟମ ଭିତରେ ରହି ପାକିସ୍ତାନୀ ଖେଳାଳିଙ୍କ ଧ୍ୟାନ ହଟାଇଥିଲେ । ସେଥିପାଇଁ ପାକିସ୍ତାନୀ ଖେଳାଳି ଏକାଗ୍ରତା ରକ୍ଷା କରିପାରୁନଥିଲେ । ଏହାସହିତ ଭାରତ ୟୁଏଇ କ୍ରିକେଟ ବୋର୍ଡ ସହିତ ମିଶି ଏହି ମ୍ୟାଚ୍ ଲାଗି କଳା ପିଚ୍ ପ୍ରସ୍ତୁତ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମନ୍ତ୍ର ଫୁଙ୍କି ବୋଲିଂ କରୁଥିଲେ ।
22 पंडित बाहर से और तीन पंडित रोहित ,हार्दिक और अय्यर टीम में फिर तो पाकिस्तान को हारना ही था 🤣🤣 pic.twitter.com/zaNsq6PUjW
— Raja Babu (@GaurangBhardwa1) February 24, 2025
ସୂଚନାଯୋଗ୍ୟ, ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ୨୪୧ ରନରେ ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚରେ ସାଉଦ୍ ଶକିଲ୍ ପାକିସ୍ତାନ ପାଇଁ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିବା ବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ । ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ସେ ପ୍ରଥମେ ବାବର ଆଜମ ଏବଂ ପରେ ସାଉଦ୍ ଶକିଲଙ୍କୁ ନିଜର ଶିକାର କରିଥିଲେ ।
୨୪୨ ରନ୍ ଟାର୍ଗେଟ ପିଛା କରିବାକୁ ଓହ୍ଲାଇ ଭାରତ ଆକ୍ରାମକ ଷ୍ଟାର୍ଟ କରିଥିଲା । କ୍ୟାପ୍ଟେନ୍ ରୋହିତ ଶର୍ମା ଆକ୍ରାମକ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର୍ ୩୧ ବେଳେ ଭାରତ ରୋହିତ ଶର୍ମାଙ୍କ ୱିକେଟ୍ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ରନ୍ ମେସିନ୍ ବିରାଟ କୋହଲି । ଏହାପରେ ବିରାଟ କୋହଲି ଓ ଶୁଭମନ୍ ଗିଲଙ୍କ ମଧ୍ୟରେ ଅର୍ଦ୍ଧ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଗିଲ୍ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ପାଭେଲିୟନ ଫେରିଥିଲେ । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । କୋହଲି ୧୧୧ ବଲ୍ରେ ଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ୫୬ ରନ୍ କରି ଆଉଟ୍ ହୋଇଥିଲେ ।
Also Read : ଚାମ୍ପିଅନ୍ସ ଟ୍ରଫି : ସେମିରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର, ବିଦା ହେଲା ଆୟୋଜକ ଟିମ୍ ପାକିସ୍ତାନ