ବିଶ୍ୱକପ୍‌ : ସେମିଫାଇନାଲ୍‌ ସିନା ଯାଇ ପାରିଲାନି ହେଲେ ବାଂଲାଦେଶକୁ ହରାଇ ବିଜୟ ସହ ବିଦା ହେଲା ପାକିସ୍ତାନ

ଲଣ୍ଡନ୍‌ : ପାକିସ୍ତାନର ବିଶ୍ୱକପ୍‌ ସେମିଫାଇନାଲ୍‌ ଆଶା ମାଟିରେ ମିଶି ଯାଇଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଜୟର ସହ ବିଦାୟ ନେଇଛି । ଆଜି ଲର୍ଡ଼ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳ ବାଂଲାଦେଶକୁ ୯୪ ରନ୍‌ରେ ହରାଇଛି । ୩୧୬ ର୍‌ର ବିଜୟଲକ୍ଷ୍ୟ ନେଇ ବାଂଲାଦେଶ ୨୨୧ ରନ୍‌ କରି ପାରିଥିଲା ।
ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ୯ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ୩ଟି ପରାଜୟ ସହ ୧୧ ପଏଣ୍ଟ ହାସଲ କରିଛି । ତେବେ ରନ୍‌ ହାରରେ ନ୍ୟୁଜିଲାଣ୍ଡ ଠାରୁ ପଛରେ ପଡ଼ି ସେମିଫାଇନାଲ୍‌କୁ ଯାଇ ପାରିନାହିଁ । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ଭଲ ଖେଳିଥିବା ବାଂଲାଦେଶ ୯ଟି ମ୍ୟାଚ୍‌ରେ ୩ଟି ବିଜୟ ଓ ୪ଟି ପରାଜୟ ସହିତ ୭ ପଏଣ୍ଟ ପାଇଛି ।

ଆସନ୍ତାକାଲି ଶେଷ ହେବ ଲିଗ୍‌ ପର୍ଯ୍ୟାୟ

ଆସନ୍ତାକାଲି ଲିଡ୍‌ସରେ ଭାରତ ଓ ଶ୍ରୀଲଙ୍କା ସାମନା ସାମନି ହେବେ । ଏହି ମ୍ୟାଚ୍‌ ଜିତିଲେ ଭାରତ ୧୫ ପଏଣ୍ଟ ହାସଲ କରି ତାଲିକା ଶୀର୍ଷକୁ ଆସିବ । ତେବେ ଏହି ଜାଗାରେ ରହି ପାରିବ କି ନାହିଁ ତାହା ସ୍ପଷ୍ଟ ହେବ ଏହି ମ୍ୟାଚ୍‌ର କିଛି ସମୟ ପରେ । କାରଣ କାଲିର ଦ୍ୱିତୀୟ ମ୍ୟାଚ୍‌ରେ ଏକନମ୍ବର ଦଳ ଅଷ୍ଟ୍ରେଲିଆ ଭେଟିବ ଦକ୍ଷିଣ ଆଫ୍ରିକାକୁ । ଜିତିଲେ ଅଷ୍ଟ୍ରେଲିଆ ସର୍ବାଧିକ ୧୬ ପଏଣ୍ଟ ଲାଭ କରି ୧ ନମ୍ବର ସ୍ଥାନ ବଜାୟ ରଖିବ । ନଚେତ ଭାରତ ତଳକୁ ଦୁଇ ନମ୍ବରରେ ରହିବ । ଦୁଇ ଦିନ ବିଶ୍ରାମ ପରେ ୯ ତାରିଖରେ ଖେଳାଯିବ ପ୍ରଥମ ସେମିଫାଇନାଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.