ପାକିସ୍ତାନ ଟିମକୁ ଝଟକା, ୩୬ ଘଣ୍ଟାରେ ୩ ଖେଳାଳି ନେଲେ ସନ୍ନ୍ୟାସ

ପାକିସ୍ତାନ କ୍ରିକେଟ ଟିମକୁ ବଡ଼ ଝଟକା । ଏକାଥରକେ ସନ୍ନ୍ୟାସ ନେଲେ ପାକିସ୍ତାନର ୩ ଖେଳାଳି ।  ମାତ୍ର ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନର ୩ ଜଣ ଖେଳାଳି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଅଲରାଉଣ୍ଡର ଇମାଦ ୱାମିନ, ମହମ୍ମଦ ଆମିର, ମହମ୍ମଦ ଇରଫାନ ସନ୍ନ୍ୟାସ ନେଇଛନ୍ତି ।

ପ୍ରଥମେ ଅଲରାଉଣ୍ଡର ଇମାଦ ୱାସିମ ସନ୍ନ୍ୟାସ ନେଇଥିବା ବେଳେ ପରେ ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଏବଂ ମହମ୍ମଦ ଇରଫାନ ସନ୍ନ୍ୟାସ ନେଇଛନ୍ତି । ଇରଫାନ ଗତ କିଛିଦିନରୁ ନିଜର ଉଚ୍ଚତାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଉଚ୍ଚତା ୭’୧’’ ଫୁଟ ।

ମହମ୍ମଦ ଇରଫାନ ହଠାତ୍ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଇରଫାନ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ରିକେଟ ଛାଡିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଇଣ୍ଟରନ୍ୟାସନାଲ କ୍ରିକେଟ’ରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ମୋ ସାଥି ଖେଳାଳି, କୋଚ୍ ଏବଂ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଉଛି । ଏଭଳି ଭଲପାଇବା, ଉତ୍ସାହ ଏବଂ ସପୋର୍ଟ ପାଇଁ ଧନ୍ୟବାଦ ।

ଇରଫାନ ପାକିସ୍ତାନ ପାଇଁ ୪ଟି ଟେଷ୍ଟ, ୬୦ ଦିନିକିଆ ଏବଂ ୨୨ଟି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୧୦ ୱିକେଟ, ଦିନିକିଆରେ ୮୩ ୱିକେଟ, ଟି୨୦ ଇଣ୍ଟରନ୍ୟାନାଲରେ ୧୬ଟି ୱିକେଟ ନେଇଛନ୍ତି । ଦୀର୍ଘଦିନରୁ ଟିମରୁ ବାଦ୍ ପଡିଥିଲେ । ଇରଫାନ ୨୦୧୯ରେ ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି ।

ତେବେ ଏହା ପୂର୍ବରୁ ପାକିସ୍ତାନର ବାମହାତୀ ଦ୍ରୁତ ବୋଲତର ମହମ୍ମଦ ଆମିର ଏବଂ ସ୍ପିନ ଅଲରାଉଣ୍ଡର ଇମାଦ ୱାମିସ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଏହାପୂର୍ବରୁ ୨୦୨୪ରେ ଟି୨୦ ବିଶ୍ବକପ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିଥିଲେ । କିନ୍ତୁ ଟି୨୦ ବିଶ୍ବକପ ଖେଳିଥିଲେ । କିନ୍ତୁ ଟିମରେ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଟିମରୁ ବାହାର କରିଦିଆଯାଇଥିଲା ।

ସୂଚନାଯୋଗ୍ୟ, ହାଇବ୍ରିଡ୍ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ ବୋଲି ବିସିସିଆଇ ଓ ପିସିବି ମଧ୍ୟରେ ବୁଝାମଣା ହୋଇଛି । ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବାବେଳେ ଦୁବାଇରେ ଅର୍ଥାତ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ଭାରତର ସମସ୍ତ ମ୍ୟାଚ୍ । ଏପରିକି ଭାରତ ଯଦି ସେମି ଫାଇନାଲ କିମ୍ବା ଫାଇନାଲକୁ ଉନ୍ନିତ ହୁଏ, ତେବେ ସେହି ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯିବ । ବିସିସିଆଇର ଏହି ହାଇବ୍ରିଡ୍ ମଡେଲ ଓ ତାଉପରେ ପାକିସ୍ତାନ କ୍ରିକେଟ ବୋର୍ଡ- ପିସିବିର ସର୍ତ୍ତକୁ ମଧ୍ୟ ଗ୍ରହଣ କରିଛି ଆଇସିସି ।