ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍ ବୁଲି ଦେଖିଲେ ପାକିସ୍ତାନୀ ହକି ଖେଳାଳି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଥିବା ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍ ବୁଲି ଦେଖିଛନ୍ତି ପାକିସ୍ତାନୀ ହକି ଖେଳାଳି । ପୋଲିସ ଡିଜିଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଅପରାହ୍ଣରେ ପାକିସ୍ତାନ ହକି ଦଳର କୋଚ୍, ମ୍ୟାନେଜରଙ୍କ ସମେତ ସବୁ ଖେଳାଳି ଫ୍ୟାନ୍ କ୍ଲବରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ ଓଡ଼ିଶା ପୋଲିସ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଓଡ଼ିଶା ପୋଲିସର ବିଭିନ୍ନ କାର୍ୟ୍ୟ ଓ ନୂଆ ନୂଆ ଯୋଜନା ଉପରେ ଆଲୋଚନା ହୋଇଥିଲା । ପୋଲିସ ଷ୍ଟଲ୍ ବୁଲିବା ପରେ ପାକିସ୍ତାନର କୋଚ୍ ଏହାକୁ ପ୍ରଶଂସା କରିଛନ୍ତି ।