ବାବର ଆଜମ୍‌ଙ୍କ ବିରୋଧରେ ମହିଳା ଆଣିଲେ ସଙ୍ଗୀନ୍‌ ଅଭିଯୋଗ, ବିବାହ ପ୍ରଲୋଭନ ଦେଖାଇ ୧୦ ବର୍ଷ ଯାଏଁ କରୁଥିଲେ ଯୌନ ଶୋଷଣ

ପାକ୍‌ କ୍ରିକେଟରଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣିଲେ ମହିଳା। ବିଶ୍ୱର ଅନ୍ୟତମ ଟପ୍‌ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନର ବାବର ଆଜମ୍‌ଙ୍କ ଉପରେ ଜଣେ ମହିଳା ଲଗାଇଛନ୍ତି ଯୌନ ଶୋଷଣ ଭଳି ଗୁରୁତର ଅଭିଯୋଗ। ମହିଳାଙ୍କ ମୁତାବକ, ବାବର ବିବାହର ପ୍ରଲୋଭନ ଦେଖାଇ ୧୦ ବର୍ଷ ଯାଏଁ ତାଙ୍କର ଯୌନ ଶୋଷଣ କରିଆସୁଛନ୍ତି ଓ ସେ ନିଜ ଗର୍ଭପାତ ବି କରାଇଛନ୍ତି। ମହିଳା ଏକ ପ୍ରେସ କନ୍‌ଫରେନ୍ସ ମାଧ୍ୟମରେ ବାବରଙ୍କ ଉପରେ ଏହି ଆରୋପ ଲଗାଇଛନ୍ତି। ପ୍ରକାଶ ଯେ ବାବର ଏବେ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛନ୍ତି।

ପ୍ରେସ୍‌ କନ୍‌ଫରେନ୍ସରେ ମହିଳା ଦାବି କରିଛନ୍ତି ଯେ ବାବର ଯେତେବେଳେ କ୍ରିକେଟର ନ ଥିଲେ ସେତେବେଳଠୁ ଆମେ ରିଲେସନ୍‌ସିପ୍‌ରେ ଅଛୁ। ସେ ମୋ ସ୍କୁଲବେଳର ସାଙ୍ଗ ଓ ଆମେ ଏକାଠି ପଢ଼ୁଥିଲୁ। ୨୦୧୦ରେ ସେ ମୋତେ ପ୍ରପୋଜ୍‌ କରିଥିଲେ ଓ ମୁଁ ତାହାକୁ ସ୍ୱୀକାର କରିଥିଲି। ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଘରେ ମଧ୍ୟ ଏକଥା କହିଥିଲୁ, କିନ୍ତୁ ସେମାନେ ରାଜି ହୋଇନଥିଲେ। ଏଣୁ ଆମେ ୨୦୧୧ରେ ଘରୁ ଫେରାର ହୋଇ କୋର୍ଟରେ ବିବାହ କରିଥିଲୁ। ତା’ପରେ ଆମେ ଭଡ଼ା ଘରେ ରହିଲୁ।

ମହିଳା କହିଛନ୍ତି, ୨୦୧୪ରେ ବାବର ପାକିସ୍ତାନ୍‌ ଟିମ୍‌ରେ ଚୟନ ହେବା ପରେ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପରବର୍ଷ ମୁଁ ତାଙ୍କୁ ବିବାହ କରିବା କଥା କହିଥିଲି, ମାତ୍ର ସେ ମନା କଲେ। ୨୦୧୬ରେ ମୁଁ ଗର୍ଭବତୀ ଥିବା କଥା ତାଙ୍କୁ କହିଥିଲି। କିନ୍ତୁ ସେ ମୋ ଦୁର୍ବ୍ୟବହାର କରିବା ସହ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ମୁଁ ଘରକୁ ବି ଯାଇ ପାରିନଥିଲି। ପରେ ବାବର ଜଣେ ବନ୍ଧୁଙ୍କ ସହାୟତାରେ ମୋର ଗର୍ଭପାତ କରାଇଥିଲେ।

Babar Azam

ମହିଳା କହିଛନ୍ତି, ୨୦୧୭ରେ ବାବରଙ୍କ ବିରୋଧରେ ନସୀରାବାଦ ଷ୍ଟେସନ୍‌ରେ ମୁଁ ୧୦ ବର୍ଷ ପର୍ଯ୍ୟନ୍ତ ଯୌନ ଶୋଷଣ ହୋଇଥିବା ନେଇ ଅଭିଯୋଗ କରିଥିଲି। ଏହା ପରେ ମୋତେ ହତ୍ୟା ଧମକ ମିଳିଥିଲା ବୋଲି ମହିଳା କହିଛନ୍ତି। ଏଥିସହ ତାଙ୍କୁ ନ୍ୟାୟ ମିଳୁ ବୋଲି ମହିଳା  ଦାବି କରିଛନ୍ତି।

ପ୍ରକାଶ ଯେ ବାବରଙ୍କୁ ଏବେ ପାକିସ୍ତାନର କ୍ରିକେଟ୍‌ ଟିମ୍‌ର କ୍ୟାପଟେନ୍‌ ଭାବେ ମନୋନୀତ କରାଯାଇଛି। ଏବେ ସେ ପାକ୍‌ ଟିମ୍‌ର ଅନ୍ୟ ସଦସ୍ୟଙ୍କ ସହ ନ୍ୟୁଜିଲ୍ୟାଣ୍ଡରେ ଅଛନ୍ତି। ୧୮ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଟି୨୦ ଓ ଟେଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ସେ ସେଠାକୁ ଯାଇଛନ୍ତି।

Leave A Reply

Your email address will not be published.