ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ 3 ବର୍ଷ ପାଇଁ ବ୍ୟାନ କଲା ପିସିବି, ସେପଟେ ସ୍ତ୍ରୀଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ

ପାକିସ୍ତାନର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ପିସିବି 3 ବର୍ଷ ପାଇଁ ବ୍ୟାନ କରିଦେଇଛି। ଟଙ୍କା ବାଜି ରଖୁଥିବା ବ୍ୟକ୍ତି(ବୁକି)ଙ୍କ ସମ୍ପର୍କରେ ଆସିଥିବା କଥାକୁ ଅକମଲ ଲୁଚାଇ ରଖିଥିଲେ। ଗତବର୍ଷ ପିଏସଏଲ ସମୟରେ କିଛି ବୁକି ତାଙ୍କ ସହ ସମ୍ପର୍କ କରିଥିଲେ। କିନ୍ତୁ ଏ ନେଇ କୌଣସି ସୂଚନା ସେ ପିସିବିର ଭ୍ରଷ୍ଟାଚାର ନିରୋଧୀ ଶାଖାକୁ ଦେଇ ନ ଥିଲେ। ଫଳରେ ଏଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

8

କେବଳ ଅକମଲ ନୁହନ୍ତି, ତାଙ୍କର ପୂରା ପରିବାର ମଧ୍ୟ ବିବାଦରେ ରହି ଆସିଛନ୍ତି। ଅକମଲଙ୍କ ଭାଇ କାମରନ ଅକମଲ ବିବାଦରେ ରହିଥିଲେ। ଗତବର୍ଷ ତାଙ୍କ ସ୍ତ୍ରୀ ନୁର ଅମନାଙ୍କୁ ନେଇ ବି ଅନେକ ଆଲୋଚନା ହୋଇଥିଲା। କହି ରଖୁଛୁ, ନୁର ଅମନା ପାକିସ୍ତାନର ମହାନ ଲେଗ ସ୍ପିନର ଅବଦୁଲ କାଦିରଙ୍କ ଝିଅ। ଗତବର୍ଷ ପାକିସ୍ତାନ ସୁପର ଲିଗର ଫାଇନାଲ ମ୍ୟାଚ ବେଳେ ନୁରଙ୍କର ଏକ ଭିଡ଼ିଓ ଭାଇରଲ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଉମର ଅକମଲଙ୍କ ସ୍ତ୍ରୀ ନୁର ଖେଳାଳିମାନଙ୍କ ଡାଇନିଂକୁ ଯାଇ ଖାଦ୍ୟ ଚୋରାଇଥିଲେ। ସେ ଏକ ପଲିଥିନରେ ଖାଦ୍ୟ ଭର୍ତ୍ତି କରୁଥିବାର ଦେଖାଯାଇଥିଲେ। ଭିଡ଼ିଓ ଭାଇରଲ ହେବା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ସୂଚନାଥାଉ କି, ଉମର ଅକମଲଙ୍କ ପୂରା କ୍ୟାରିୟର ବିବାଦରେ ରହି ଆସିଛି।

Leave A Reply

Your email address will not be published.