କ୍ରୀଡା

ଏସିଆନ୍ ଗେମ୍ସରେ ଭାରତକୁ ୮ମ ସ୍ୱର୍ଣ୍ଣ, ମହିଳା ୧୦ ମିଟର ସୁଟିଂ ଇଭେଣ୍ଟରେ ପଲକ ଜିତିଲେ ସୁନା

ପଦକ ବର୍ଷା କରୁଛି ଭାରତୀୟ ସୁଟିଂ ଟିମ୍ । ଆଜି ଏସିଆନ ଗେମ୍ସର ଷଷ୍ଠ ଦିନରେ ୪ଟି ପଦକ ଜିତିଛି ସୁଟିଂ ଟିମ୍ । ମହିଳା ୧୦ ମିଟରଏୟାର ପିସ୍ତଲରେ ପଲକ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ତାଙ୍କ ପଛକୁ ରହି ଇସା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି ।

ହାଙ୍ଗଝୌ ଏସିଆନ୍ ଗେମ୍ସରେ ଆଜି ସକାଳ ଆରମ୍ଭ ହୋଇଥିଲା ସ୍ବର୍ଣ୍ଣ ପଦକା। ୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ୍ ଟିମ୍ ଇଭେଣ୍ଟରେ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମର, କୁଶଲେ ସ୍ବପ୍ନିଲ ଏବଂ ଅଖିଲ ସେଓରାନଙ୍କ ଟିମ୍ ମୋଟ ୧୭୬୯ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେହିଭଳି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ୧୮ ବର୍ଷୀୟ ଇସା ସିଂହ, ପଲକ ଓ ଦିବ୍ୟାଙ୍କୁ ନେଇ ଗଠିତ ଭାରତୀୟ ଟିମ୍ ଦ୍ବିତୀୟ ହୋଇ ରୌପ୍ୟ ପଦକ ହାସଲ କରିଛି । ଫଳରେ ଏସିଆନ ଗେମ୍ସରେ ରେକର୍ଡ଼ ସଂଖ୍ୟକ ୧୮ଟି ପଦକ ଜିତିଛି ଭାରତୀୟ ସୁଟିଂ ଟିମ୍ । ଏଥିସହ ୮ ଟି ସ୍ବର୍ଣ୍ଣ, ୧୦ ରୌପ୍ୟ,୧୧ ବ୍ରୋଞ୍ଜ ସହ ଭାରତକୁ ୨୯ ପଦକ ମିଳିଛି। ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭାରତ।

Barsha

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

39 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

54 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago