ମୁମ୍ବାଇ: ଗତକାଲି ଥିଲା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କର ୨୯ତମ ଜନ୍ମଦିନ । ତେଣୁ ଧୋନି ମୁମ୍ବାଇରେ ଏକ ଜୋରଦାର ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗ ଦେଇଥିଲେ । ପାର୍ଟି ପରେ ସେ ଧୋନିଙ୍କ ସହ ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଏହି ସଫଳ ଅଧିନାୟକଙ୍କ ପ୍ରତି ତାଙ୍କର କେତେ ଯେ ଭଲ ପାଇବା ଓ ସମ୍ମାନ ରହିଛି ତାହା ଦର୍ଶାଇଛନ୍ତି । ଉଭୟ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଧୋନି ବିଶ୍ରାମ ନେଇଥିବା ବେଳେ ପାଣ୍ଡ୍ୟା ଆହତ ଅଛନ୍ତି ।
ଏହା ସହିତ ସାକ୍ଷୀ ମଧ୍ୟ ତାଙ୍କ ଜନ୍ମଦିନ ପାର୍ଟିର ଭିଡିଓ ସେୟାର କରିଛନ୍ତି । ନିଜ ବନ୍ଧୁମାନଙ୍କ ସହ ଖୁବ୍ ମଜା କରିଛନ୍ତି । ନାଚଗୀତରେ ଜମି ଯାଇଥିଲା ତାଙ୍କ ଜନ୍ମ ଦିନ ସେଲିବ୍ରେସନ୍ ତେବେ ଏହି ପାର୍ଟିର ମୁଖ୍ୟ ଆର୍ଷଣ ଥିଲେ ଧୋନିଙ୍କ ଝିଅ ଜୀବା ।
View this post on Instagram