ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଝଟକା । ପ୍ରମୋଦ ଭଗତ ସସପେଣ୍ଡ । ପାରାଆଲିମ୍ପିଆନ ପ୍ରମୋଦ ଭଗତ ୧୮ ମାସ ପାଇଁ ସସପେଣ୍ଡ । ପ୍ରମୋଦଙ୍କୁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲଂଘନ ପାଇଁ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଛି । ଏହି କାରଣରୁ ପ୍ରମୋଦ ଚଳିତ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବେନି ।
ଗତ ମାର୍ଚ୍ଚ ୧ ତାରିଖରେ ପ୍ରମୋଦଙ୍କୁ ନିୟମ ଉଲଂଘନ କରିଥିବା ପାଇଥିଲା କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ ସ୍ପୋର୍ଟସର ଆଣ୍ଟି ଡୋପିଂ ଡିଭିଜନ । ଡୋପ ଟେଷ୍ଟ ପାଇଁ ତାଙ୍କୁ ୧୨ ମାସ ମଧ୍ୟରେ ତିନି ଥର ନୋଟିସ କରାଯାଇଥିଲା । କିନ୍ତୁ ଉପସ୍ଥିତ ହୋଇନଥିଲେ ପ୍ରମୋଦ । ଏହା ପରେ ତାଙ୍କୁ ୧୮ ମାସ ପାଇଁ ନିଲମ୍ବିତ କରାଯାଇଛି । ଏହି ନିଷ୍ପତ୍ତି ବିରୋଧରେ CASରେ ଅପିଲ କରିଥିଲେ ପ୍ରମୋଦ । କିନ୍ତୁ ଜୁଲାଇ ୨୯ ତାରିଖରେ ପ୍ରମୋଦଙ୍କ ଅପିଲକୁ ଖାରଜ କରିଦେଇଥିଲେ କୋର୍ଟ ଅଫ୍ ଆର୍ବିଟ୍ରେସନ ଅଫ ସ୍ପୋର୍ଟସ । ପାରା ବ୍ୟାଡମିଣ୍ଟନରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ ।
ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ ଭଗତ । ପ୍ରମୋଦ ଭଗତ ୨୦୦୯, ୨୦୧୫, ୨୦୧୯, ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।