ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ କମାଲ କରିଛନ୍ତି ଭାରତୀୟ ଆଥଲେଟ୍ । ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନବଦୀପ ସିଂ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ସ୍ୱର୍ଣ୍ଣ ଜିତି ଭାରତ ଫେରିବା ପରେ ନବଦୀପ ନିଜର ଅତୀତ ବିଷୟରେ ସେୟାର କରିଛନ୍ତି । ନବଦୀପ କହିଛନ୍ତି, ଲୋକମାନେ ତାଙ୍କୁ ଜୀବନ ହାରିବାକୁ ପରାମର୍ଶ ଦେଇଥିଲେ ।
ପ୍ୟାରିସ ପାରାଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ଏଫ ୪୧ରେ ୪୮.୩୨ ମିଟର ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନିକଟରେ ଏବେ ଏକ ଇଣ୍ଟରଭ୍ୟୁରେ ୨୩ ବର୍ଷୀୟ ନବଦୀପ କହିଛନ୍ତି, ଲୋକଙ୍କ ଚିନ୍ତାଧାରାରୁ ପ୍ରେରଣା ପାଇଛି । ଜୀବନରେ କିଛି ନ କରିପାରିବାର କଥା ମୋତେ ବହୁତ କିଛି ଶିଖେଇଛି । ତୁ କିଛି କରିପାରିବୁ ନାହିଁ, ଜୀବନ ହାରି ଦେ । ଏମିତି କ’ଣ ମଣିଷ ବଞ୍ଚେ ।
ବାପାକୁ ସ୍ମରଣ କରି ନବଦୀପ କହିଛନ୍ତି, ମୋର ଖେଳର ଆରମ୍ଭରେ ମୋ ବାପା ବହୁତ ସାହାଯ୍ୟ କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ମୋ ସାଥିରେ ଥିଲେ ।
ନବଦୀପଙ୍କ ତୁଳନା ଫ୍ୟାନ୍ସ ବିରାଟ କୋହଲିଙ୍କ ସହିତ କରୁଛନ୍ତି । ହେଲେ ତାଙ୍କର ପ୍ରିୟ କ୍ରିକେଟର ହେଉଛନ୍ତି ରୋହିତ ଶର୍ମା ।
ସୂଚନାଯୋଗ୍ୟ, ନବଦୀପ ପ୍ୟାରିସ ପାରାଅଲିମ୍ପିକ୍ସରେ ୪୭.୩୨ ମିଟର ଜାଭେଲିନ ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ଇରାନୀ ଆଥଲଟ ଡିସକ୍ୱାଲିଫାଏ ହେବା ପରେ ନବଦୀପ ସ୍ୱର୍ଣ୍ଣ ପଦକ ହାତେଇଥିଲେ ।