ପ୍ୟାରିସ ଅଲିମ୍ପିକ୍ସ : କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ, ସୁଟ୍ ଅଫରେ ହାରିଲେ ଭଜନ କୌର

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ଆର୍ଚେରୀ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ଦୀପିକା ଜର୍ମାନୀର ମିଶେଲ କ୍ରୋପେନଙ୍କୁ ହରାଇଛନ୍ତି । ଦୀପିକା ଜର୍ମାନ ଖେଳାଳିଙ୍କୁ ୬-୩ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ଆଜି ୨୫ ମିଟର ମହିଳା ଶୁଟିଂ ଇଭେଣ୍ଟରେ ମନୁ ଭାକର ମାତ୍ର ୧ ପଏଣ୍ଟ ପାଇଁ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ଏହା ପୂର୍ବରୁ ମନୁ ଚଳିତ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିଲେ । ସେହିପରି ଅନ୍ୟ ଭାରତୀୟ ତୀରନ୍ଦାଜ ଭଜନ କୌର ମଧ୍ୟ ମୁକାବିଲାକୁ ଓହ୍ଲାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଚଳିତ ଅଲିମ୍ପିକ୍ସରେ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୩ଟି ପଦକ ଜିତିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ, ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର- ସରବଜୋତ ସିଂହ ବ୍ରୋଞ୍ଜ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ଜିତିଥିଲେ ।